ବିବାହ ଉତ୍ସବରେ ବୃକ୍ଷରୋପଣ କରିଲେ ନବଦମ୍ପତ୍ତି

ଦିଗପହଣ୍ଡି, (ସମ୍ଭବ ତ୍ରିପାଠୀ) :-ବିବାହ ଉତ୍ସବରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ନବଦମ୍ପତ୍ତି । ଏଭଳି ଏକ ଭଲ ଖବର ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଳକ ଅଧିନସ୍ଥ ସିଦ୍ଧେଶ୍ୱର ପଞ୍ଚାୟତର ଗଣିଆନାଳ ଗାଁରେ । ଚର୍ଚ୍ଚିକା ରାଇସ ମିଲ୍‌ର ଯୁବ ଉଦ୍ୟୋଗପତି ତଥା ଯୁବ ଆଇନଜିବୀ ଗୋପିଚାନ୍ଦ ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ଚିନ୍ମୟୀ ତାଙ୍କ ବିବାହ ଉତ୍ସବରେ ସ୍ମୃତି ପୂର୍ବକ ବୃକ୍ଷ ଚାରା ରୋପଣ କରିଛନ୍ତି । ଏହି ଉତ୍ସବରେ ସାମ୍ବାଦିକ ସମାଜସେବୀ ଦିଗାମ୍ବର ମହାରଣା, ପ୍ରକୃତିବନ୍ଧୁ ସମୀରକାନ୍ତ ତ୍ରିପାଠୀ, ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିବାହ ଉତ୍ସବରେ ନବଦମ୍ପତ୍ତିଙ୍କ ଏହିପରି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିବା ସହିତ ସାଧୁବାଦ ଏବଂ ଶୁଭ ଆଶୀର୍ବାଦ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ମହାମାରୀ କୋଭେିଡ୧୯ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ୍ ପାଣ୍ଠି ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିଙ୍କୁ ସେ ଦାନ କରି ସମସ୍ତଙ୍କ ପ୍ରିୟର ପାତ୍ର ହୋଇଥିବା ବେଳେ ବିଭିନ୍ନ ସମୟରେ ଆଞ୍ଚଳିକ ଗ୍ରାମାଞ୍ଚଳମାନଙ୍କରେ ମନ୍ଦିର ଗୁଡିକର ପୁନରୁଦ୍ଧାର ଏବଂ ଯଜ୍ଞ ଭଳି କାର୍ଯ୍ୟକ୍ରମଗୁଡିକରେ ସହଭାଗିତା କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ