ବିବାହ ଏକ ସଂସ୍କାର ଏହା ସମାରୋହ ନୁହେଁ

ସନାତନ ହିନ୍ଦୁ ଧର୍ମ ରେ ବିବାହକୁ ଷୋଡ଼ଶ ସଂସ୍କାର ମଧ୍ୟରୁ ଗୋଟିଏ ମହାନ ସଂସ୍କାର ଭାବେ ଦେଖାଯାଏ,ଏହା କେବଳ ସାମାଜିକ କିମ୍ବା ଆନୁଷ୍ଠାନିକ ସମାରୋହ ନୁହେଁ, ବରଂ ଧର୍ମ, ଅର୍ଥ ,କାମ ଓ ମୋକ୍ଷ ଏହି ଚାରିପୁରୁଷାର୍ଥ କୁ ଏକାଠି ଅନୁଷ୍ଠାନ କରିବା ପାଈଁ ସ୍ତ୍ରୀ – ପୁରୁଷ ଙ୍କର ଆଜୀବନ ଆତ୍ମିକ ବନ୍ଧନ, ଵିଵାହ ସମୟରେ ଅଗ୍ନି କୁ ସାଖିରଖୀ ସପ୍ତପଦୀ ନେବା ସହ ଏହି ବନ୍ଧନ ସମ୍ପୂର୍ଣ୍ଣ ହୁଏ,ଶାସ୍ତ୍ର ଅନୁସାରେ,ଏକଥର ଅଗ୍ନି ସାକ୍ଷୀରେ ସପ୍ତପଦୀ ହେଲେ ସେ ବିବାହ ଜନ୍ମ ଜନ୍ମାନ୍ତରର ବନ୍ଧନ ଭାବେ ଗ୍ରହଣ କରାଯାଏ, ଶାସ୍ତ୍ରୀୟ ଦୃଷ୍ଟିକୋଣରୁ ସେହି ଏକେ ସ୍ୱାମୀ – ସ୍ତ୍ରୀ ମଧ୍ୟରେ ୨୫ ଵର୍ଷ ପରେ ପୁନଃ ବିବାହ କରିବାର କୌଣସି ଆବଶ୍ୟକତା ଵା ନିର୍ଦେଶ ନାହିଁ , କାରଣ ଵିଵାହ ପୁର୍ବରୁ ଯେ ସଂକଳ୍ପ ନିଆଯାଇଛି ସେହି ସଂକଳ୍ପ ଆଜୀବନ ପାଇଁ | ସପ୍ତପଦୀ ପୁନରାବୃତ୍ତି କରିବାର ଅର୍ଥ ଶାସ୍ତ୍ର ଦିଏ ନାହିଁ | ଆଧୁନିକ ସମାଜରେ ଆଜିକାଲି ପଚିଶି ବର୍ଷ ପୂରଣ ପରେ ଲୋକେ ପୁନଃ ବିବାହ କରୁଛନ୍ତି ଏହା ଧାର୍ମିକ ଆବଶ୍ୟକତା ନୁହେଁ ବରଂ ସାମାଜିକ ,ଭାବନାତ୍ମକ ,ପାରିବାରିକ ଉତ୍ସବ ମାତ୍ର | ଏହାକୁ ବିବାହ ବୋଲି କହିବା ଶାସ୍ତ୍ରୀୟ ଭାବେ ସଠିକ ନୁହଁ | ଏହା ବିବାହ ଉତ୍ସବର ସ୍ମୃତି ଉତ୍ସବ ମାତ୍ର | ଯଦି ପଚିଶି ବର୍ଷ ପୂରଣ ପରେ କିଛି ଧାର୍ମିକ କାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ଗୃହ ଶାନ୍ତି ହୋମ ,ଅଗ୍ନୀହୋତ୍ର (ପୁନଃ ସପ୍ତପଦୀ ଛଡା ),ଦାନ ପୁଣ୍ୟ ,ତୀର୍ଥ ଯାତ୍ରା ,ଦମ୍ପତି ଧର୍ମାନୁଷ୍ଠାନ ଏହି ଗୁଡିକ ଅଧିକ ଯୁକ୍ତିଯୁକ୍ତ ଓ ଶାସ୍ତ୍ରସଂମତ. ସନାତନ ହିନ୍ଦୁ ଦର୍ଶନ ରେ ବିବାହକୁ ଏକ ଦିନର କାର୍ଯ୍ୟ ଭାବେ ନୁହେଁ,ସାରାଜୀବନର ଧର୍ମ -ସାଧନା ଭାବେ ଦେଖାଯାଏ . ବିବାହଦିନ ଯାହା ହୁଏ ଅଗ୍ନି ସାକ୍ଷୀ,ମନ୍ତ୍ରୋଚାରଣ ସେ ସବୁ ବୀଜ ମାତ୍ର . ଏହି ବିଜକୁ ୨୫,୩୦,୪୦,୫୦ ବର୍ଷ ଧରି ସହନଶୀଳତା ,ତ୍ୟାଗ , ସେବା , ସଂଯମ ଦ୍ୱାରା ସିଞ୍ଚିତ କରାଯାଏ | ତେଣୁ ପଚିଶି ବର୍ଷ ପରେ ପୁନଃ ବିବାହ କରିବାଟା ଏକ ଗଛକୁ ପୁଣି ବୀଜ ଲଗାଇବା ପରି .
ସପ୍ତପଦୀ ର ସାତଟି ପଦକ୍ଷେପ ଅନ୍ନ ଓ ଜୀବନ ଧାରଣ,ଶକ୍ତି ଓ ସ୍ୱାସ୍ଥ୍ୟ ,ଧନ ଓ କର୍ତ୍ତବ୍ୟ,ସୁଖ ଦୁଃଖର ସହଭାଗ ,ସନ୍ତାନ ଓ ପରମ୍ପରା ,ଋତୁ ଓ ସଂଯମ ,ସାଖ୍ୟ ଓ ଆତ୍ମୀୟ ଏକତା . ଏଗୁଡିକ ୨୫ ବର୍ଷ ରେ ସମାପ୍ତ ହୁଏ ନାହିଁ ,ବରଂ ୨୫ ବର୍ଷ ରେ ଏଗୁଡିକର ଅର୍ଥ ସଠିକ ଭାବେ ବୁଝାଯାଏ |
ତେଣୁ ପୁଣି ସପ୍ତପଦୀ ନେବାରଅର୍ଥ ପୁର୍ଣ ହୋଇଥିବା ଧର୍ମ କୁ ପୁଣି ଥରେ ଆରମ୍ଭ କରିବା | ହିନ୍ଦୁ ଜୀବନ ଦର୍ଶନରେ ବ୍ରହ୍ମଚର୍ଯ୍ୟା ,ଗୃହସ୍ଥ ,ବାନପ୍ରସ୍ଥ ଓ ସନ୍ୟାସ
ଗୃହସ୍ଥ ଆଶ୍ରମ ପ୍ରାୟ ୨୫ ରୁ ୩୦ ବର୍ଷ ଧରି ଚାଲିଥାଏ.ଏହାର ଅର୍ଥ ୨୫ ବର୍ଷ ପରେ ଭୋଗ ନୂଆ କରିବା କରିବା ନୁହେଁ ,
ତ୍ୟାଗ ଓ ଆତ୍ମିକତା ଦିଗରେ ଆଗେଇବା. ତେଣୁ ୨୫ ବର୍ଷ ପରେ ପୁନଃ ବିବାହ ଆଶ୍ରମ ଦର୍ଶନ ସହିତ ମେଳା ଖାଏ ନାହିଁ,
ପାଠକ ଙ୍କ ମନରେ ଏଠି ଗୋଟେ ପ୍ରଶ୍ନ ଉଠେ ଲୋକମାନେ କାହିଁକି କରୁଛନ୍ତି ପୁନଃ ବିବାହ , ସତକଥା କହିବାକୁ ଗଲେ ଏହା ପଶ୍ଚିମାତ୍ୟ ପ୍ରଭାବ,ସୋସିଆଲ ମିଡ଼ିଆ ଦେଖାଦେଖି, ଫୋଟୋ,ଭିଡିଓ ,ସ୍ଟାଟସ , ନୁତନ ଅନୁଭୂତି ଖୋଜ, କହିବାକୁ ଗଲେ ଏଗୁଡିକ ଧାର୍ମିକ ନୁହଁ,ମନୋବୃତି ଗତ କାରଣ. ଏଥିରେ ପାପ କିଛି ନାହିଁ ,କିନ୍ତୁ ଏହାକୁ ଧର୍ମ ବୋଲି କହିବା ଭ୍ରମ.ସନାତନ ଧର୍ମ କୁହେ “ବିବାହ ଦିନ ଦମ୍ପତି ସ୍ୱାମୀ – ସ୍ତ୍ରୀ ହୁଅନ୍ତି ,କିନ୍ତୁ ବର୍ଷ ବିତିବା ସହିତ ସେମାନେ ସାଥି ଠାରୁ ସାଧକ ହୁଅନ୍ତି. ଏଣୁ ୨୫ ବର୍ଷ ପରେ ପୁନଃ ବିବାହ ନୁହଁ, ପୁନଃ ବୋଧ ଏହା ହିଁ ସନାତନ ମାର୍ଗ | ଏହି ବିବାହ ପ୍ରଥା ଯଦି ଓଡ଼ିଆ ଭିତରେ ପ୍ରସାରିତ ହୁଏ ସମାଜରେ ଅନେକ ପ୍ରଭାବ ପଡିବା ସହ ଯୁବ ପିଢ଼ି ଉପରେ କୁପ୍ରଭାବ ପଡିବା ସହ ଦମ୍ପତି ମାନେ ଆର୍ଥିକ ଭାବରେ ପ୍ରଭାବିତ ହେବେ ,ଯାହାକି ମାନସିକ ଚାପ ହେବା ସହ ଶାନ୍ତି ପୁର୍ଣ ରହଣିରେ ଅନେକ ସମସ୍ୟା ଦେଖା ଯିବ.
ଆପଣ ଉତ୍ସବ କରନ୍ତୁ,କିନ୍ତୁ ସଂସ୍କାରକୁ ହ୍ରାସ କରନ୍ତୁ ନାହିଁ . କୃତଜ୍ଞତା ଦେଖନ୍ତୁ, କିନ୍ତୁ ଆଡମ୍ବର ନୁହେଁ, ଯୁବପିଢ଼ିକୁ କହନ୍ତୁ. ବିବାହ ପୁନରାବୃତ୍ତି ନୁହେଁ ,ପରିପକ୍ବତା | ସମାଜ ଯେତେବେଳେ ସଂସ୍କାରକୁ ପ୍ରଦର୍ଶନରେ ଏବଂ ଧର୍ମକୁ ଆଡମ୍ବରରେ ପରିଣତ କରେ, ସେତେବେଳେ ସଂକୃତି ଶବ୍ଦ ରହିଯାଏ – ଆତ୍ମା ହରାଏ |
” ସନାତନ ଧର୍ମର ସୌନ୍ଦର୍ଯ୍ୟ ହେଉଛି – ଶାନ୍ତି ,ସ୍ଥିର ଓ ଦାୟିତ୍ୱପୁର୍ଣ ଜୀବନ

ପ୍ରତାପ ନାୟକ(ପପି ଭାଇ)
ପ୍ରବାସୀ ଭାରତୀୟ
ଛତ୍ରପୁର ,ଗଂଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ