ବିବାହ ଏକ ସାମାଜିକ ରାଜିନାମା
ବିପିନ ବିହାରୀ ମହାନ୍ତି
ପ୍ରଜନନ ଏବଂ ବଂଶରକ୍ଷା ଜୀବମାନଙ୍କର ଏକ ବିଶେଷ ଲକ୍ଷଣ । ତେବେ ଉଦ୍ଭିଦ ଏବଂ କେତେକ ପ୍ରାଣୀଙ୍କ କ୍ଷେତ୍ରରେ ପ୍ରଜନନ ଓ ବଂଶାନୁକ୍ରମିକ ବା ଉତ୍ତରାଧିକରଣ ପ୍ରକ୍ରିୟାରେ ଭିନ୍ନତା ପରିଲିଖିତ ହୁଏ । ଏଥିପାଇଁ ଜଳ, ବାୟୁ, କୀଟ ପତଙ୍ଗ ମାଧ୍ୟମରେ ସଂଗମ ଦ୍ୱାରା ଅଥବା କାଣ୍ଡ, ପତ୍ର, ମୂଳ ବା ମଞ୍ଜିଦ୍ୱାରା ବଂଶରକ୍ଷା ସମ୍ଭବ ହୋଇଥାଏ । କେତେକ ପ୍ରାଣୀର ଦେହାବଶେଷ ବା ଅଙ୍ଗବିଶେଷ ଦ୍ୱାରା ବଂଶ ବୃଦ୍ଧି ଘଟିଥାଏ । କେତେକ ପକ୍ଷୀ ଅଣ୍ଡାଦେଇ ନିଜେ ଫୁଟାଇ ଶାବକ ସୃଷ୍ଟି କଲାବେଳେ, ଆଉ କେତେକ ଅଣ୍ଡା ଫୁଟାଇବା ପାଇଁ ଅନ୍ୟ କାହା ଉପରେ ନିର୍ଭର କରିଥାନ୍ତି । ଏମିତି ପ୍ରାଣୀ ବା ଉଦ୍ଦ୍ଭିଦମାନେ ବଂଶାନୁକ୍ରମିକ ଗଡ଼ାଇ ଚାଲନ୍ତି । ମଣିଷ ଏକ ସାମାଜିକ ପ୍ରାଣୀ । ସମାଜରେ ଜନ୍ମନେବା, ବଢ଼ିବା ଏବଂ ବଂଚିବା ତା’ର ସହଜାତ ପ୍ରବୃତି । ସେ କେବେ ବି ସ୍ୱୟଂ ସଂପୂର୍ଣ୍ଣ ନୁହେଁ । ତା’ର ଶୈଶବରେ ବଂଚିବାର ସହୟତା ଯେମିତି ଅଛି, ତା ବାର୍ଦ୍ଧକ୍ୟରେ ମଧ୍ୟ ସେହି ସହାୟତାର ଜରୁରତ୍ ଅଛି । ଏଥିପାଇଁ ପାରିବାରିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ବଂଚିବାରେ ଏବଂ ସୃଷ୍ଟିରେ ସହଯୋଗ ଓ ସହାୟତାର ଆବଶ୍ୟକତା ଅଛି । ଏମିତିରେ ବଂଚିବାରେ ଏକ ସାମାଜିକ ଶୃଙ୍ଖଳ ଅଛି । ପରସ୍ପର ସହଯୋଗରେ ଯେଉଁଠି ମଣିଷ ବଂଚେ, ତାହାହିଁ ପରିବାର । ପରିବାର ହିଁ ସୃଜନ ଏବଂ ବଂଶାନୁକ୍ରମିକ ଚାଲୁରଖିବାର ପ୍ରଧାନ କେନ୍ଦ୍ର । ସମସ୍ତ ଲୋକ ଯେଉଁଠି ଶୃଙ୍ଖଳାତାର ସହ ଚଳପ୍ରଚଳ ହୁଅନ୍ତି, ତାହାହିଁ ସମାଜ । ସମାଜ ଓ ବ୍ୟକ୍ତି ପରସ୍ପର ପରିପୂରକ । ସମାଜବ୍ୟକ୍ତି ପାଇଁ ଦର୍ପଣ । ସମାଜ ଭିତରେ ବ୍ୟକ୍ତିଟିଏ ଆତ୍ମ ପ୍ରକାଶ କରେ । ଅନ୍ୟପକ୍ଷରେ ବ୍ୟକ୍ତି ନଥିଲେ ସମାଜ ନାହିଁ । ବିବାହ ଏକ ସାମାଜିକ ବନ୍ଧନ ଏବଂ ଆବଶ୍ୟକତା । ସାମାଜିକ ବନ୍ଧନରୁ ପରିବାରଟିଏ ସୃଷ୍ଟି । ବିବାହର ଅନ୍ୟନାମ ଏକ ସାମାଜିକ ସ୍ୱକୃତି ବା ରାଜିନାମା (କୋକ ନଟ ବଣ୍ଡ) । ଏ ରାଜିନାମା ଦାମ୍ପତ୍ୟ ବା ଶାରୀରିକ ପ୍ରେମ ଅପେକ୍ଷା ସୃଜନ ସୁଖ ପାଇଁ ଅଧିକ ଉଦ୍ଦିଷ୍ଟ । ଭାରତୀୟ ସଭ୍ୟତାର ଏକ ଶୃଙ୍ଖଳିତ ପାରିବାରିକ ଓ ସାମାଜିକ ଜୀବନପାଇଁ ଏହା ଏକ ଜୀବନବ୍ୟାପୀ ବା ଦୀର୍ଘସ୍ଥାୟୀ ବ୍ୟବସ୍ଥା । ଏପରି ସ୍ଥଳେ, ଏ ବ୍ୟବସ୍ଥାରେ ପ୍ରେମୀଯୁଗଳ ବା ଦାମ୍ପତ୍ୟଜୀବନ ଯାପନ କରିବାକୁ ଯାଉଥିବା ଯୁବକ ବା ଯୁବତୀ ବନ୍ଧନପୂର୍ବରୁ ନିଜେ ସ୍ଥିର ନିଶ୍ଚିତ ହୁଅନ୍ତୁ ଅଥବା ତାଙ୍କ ପିତାମାତାମାନେ ସ୍ଥିର ନିଶ୍ଚିତ କରାନ୍ତୁ ଯେ ଏ ବନ୍ଧନ ମଧୁମୟ ହେବ । ଏକଥା ଜାଣିବା ଉଚିତ୍ ଯେ ବିବାହ କେବଳ ପ୍ରେମ ସର୍ବସ୍ୱ ନୁହେଁ । ଏଥିରେ ଜନିତା ଯତ୍ନ, ବାତ୍ସଲ୍ୟ ମମତା ଠାରୁ ଆରମ୍ଭ କରି ଯାବତୀୟ ରସ ଓ ସୁଖ ଭରି ରହିଛି । ପାର୍ଥୀବ ଜୀବନରେ ଏହା ସବୁର ଉର୍ଦ୍ଧ୍ୱରେ । ଅନେକ ସମୟରେ ଯୌବନେ ମର୍କଟୀ / ମର୍କଟ ସୁନ୍ଦରପରି ସାମୟିକ ବୟସର ମୋହରେ ଯେଉଁତ୍ରୁଟି ହୁଏ, ସେଥିପାଇଁ ସାରାଜୀବନ ପସ୍ତେଇବାକୁ ପଡ଼େ । ପର ମୁହୂର୍ତ୍ତରେ ଛାଡ଼ପତ୍ର, ଆତ୍ମହତ୍ୟା ବା ବଧୂ ନିର୍ଯ୍ୟାତନା ପରି ଅନେକ ଦୁଃଖଦ କଥା ଘଟିଥାଏ । ସେଇଥିପାଇଁ କୁହାଯାଏ ବିବାହର ଏକ ପିଲାଖେଳ ନୁହେଁ । ଏଥିପାଇଁ ଉଭୟ ପରିବାରକୁ ସୁସ୍ଥ ମସ୍ତିସ୍କରେ ନିଷ୍ପତ୍ତି ନେବାକୁହୁଏ । ଏବେ ଭିନ୍ନ ଶୈଳୀର ବିବାହ ନକରି ଦାମ୍ପତ୍ୟ ଜୀବନ କଟାଇବାର ଦେଖାଯାଏ ଯାହାର ଭିନ୍ନ ନାମ ଲିଭ୍-ଇନ୍-ରିଲେସନ୍ । ଏହା ଏକ ସାମାଜିକ ସ୍ୱୀକୃତିନାମା ନଥିବା ହେତୁ, ଏହିପରି ଜୀବନଯାପନ ପାଇଁ ଭାରତର ପିଙ୍ଗଳକୋର୍ଟରେ ସ୍ୱତନ୍ତ୍ର ନିୟମ ବା ସର୍ତ୍ତ ଅଛି । ତେବେ ଏପରି ସଂପର୍କକୁ ଏକ ସୃଷ୍ଟିଛଡ଼ା ଜୀବନ କୁହନ୍ତି ଯେଉଁଥିପାଇଁ ଭବିଷ୍ୟତରେ କେହି ପଛକୁ ନଥାନ୍ତି ଏବଂ ଅଧିକ ଥାଏ ହତାଶା ଭାବ । ଏଥିରେ ଛାଡ଼ପତ୍ର ଓ କଳହ ଅନେକ । ଏହା ଏକ ଦୁଃଶ୍ଚିନ୍ତାର ଘର । ଏଥିରେ ଭବିଷ୍ୟପିଢ଼ୀ ରହିଯାଆନ୍ତି ଅନ୍ଧକାର । ବିବାହ ଏକ ସାମାଜିକ ସ୍ୱୀକୃତି ନାମା ହେତୁ ପ୍ରାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏହାର ଏକ ସ୍ୱଳ୍ପ ବା ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ଥିଲାବେଳେ ଭାରତପରି କେତେକ ଦେଶରେ ଏହା ଏକ ଆମରଣ ବା ଚିରନ୍ତନୀ ବ୍ୟବସ୍ଥା । ଏହା ନିଶ୍ଚିତ ଭାବରେ ସବୁଦିନ ପାଇଁ ଦୁଃଖ ସୁଖର ଏକ ସହଭାଜନ ପ୍ରକ୍ରିୟା । ଅବଶ୍ୟ ସ୍ଥାନୀୟ ପରମ୍ପରା ବା ଚଳଣି ନେଇ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ବୟସର ପାର୍ଥକ୍ୟ ରହିଛି । କେଉଁଠି ପୁରୁଷ ବୟସ ଅଧିକ ତ, କେଉଁଠି ନାରୀର ବୟସ ଅଧିକ ରହିଛି । କେଉଁଠି ଏକାଧିକ ପତିର ବ୍ୟବସ୍ଥା ଅଛିତ, କେଉଁଠି ଏକାଧିକ ପତ୍ନୀର ବ୍ୟବସ୍ଥା ଅଛି । ତେବେ ଏ ସମସ୍ତେ ସାମାଜିକ ସ୍ୱୀକୃତିନାମା ଅନ୍ତର୍ଭୁକ୍ତ । ବିବାହ ବନ୍ଧନରେ ଆବଦ୍ଧ ନଥିବା ବ୍ୟକ୍ତି ହୋଇପାରନ୍ତି ନପୁଂସକ । ତଥାପି ସମଲିଙ୍ଗୀ ବିବାହ ଅଛି । ଅନେକ ବ୍ରହ୍ମଚାରୀ, ସାଧୁ ବା ସନ୍ଥନାଁରେ ବହୁ ସମ୍ଭୋଗୀ । ଏଥିପାଇଁ ଆଜିର ବାବାମାନେ ସମାଲୋଚିତ । ସଂସାର ଭିତରେ ରହି ଧର୍ମଚର୍ଚ୍ଚାହିଁ ପ୍ରକୃଷ୍ଟପନ୍ଥା ବିବାହଭିନ୍ନ ଭିନ୍ନ ଜୀବନ ପ ସହ ସମାନ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,
ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮