ବିବାହ କରିବେ ଋଚା ଓ ଅଲୀ

ବଲିଉଡ୍‌ର ଆଉ ଏକ ଯୋଡ଼ିଙ୍କ ଶାହନାଇ ବାଜିବାକୁ ଯାଉଛି। ଷ୍ଟାର୍‌ ଯୋଡ଼ି ଋଚା ଚଢ଼ା ଓ ଅଲୀ ଫଜଲ ଏପ୍ରିଲ୍‌ ମାସ ଶେଷ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅଭିନେତାଙ୍କ ପ୍ରବକ୍ତାଙ୍କ ଅନୁସାରେ ଉଭୟେ ମୁମ୍ବାଇର ଏକ କୋର୍ଟରେ ବିବାହ ରେଜିଷ୍ଟ୍ରେସନ୍‌ କରିବା ପାଇଁ ଆବେଦନ କରି ଦେଇଛନ୍ତି। ପ୍ରବକ୍ତା କହିଛନ୍ତି ଯେ ଏବେ କେବଳ ବିବାହ ରେଜିଷ୍ଟ୍ରେସନ୍‌ ପାଇଁ ତାରିଖ ନିଆଯାଇଛି। ଏପ୍ରିଲ୍‌ ଶେଷ ସପ୍ତାହରେ ଏହି ଯୋଡ଼ି ଅଫିସିଆଲିରେଜିଷ୍ଟ୍ରେସନ୍‌ କରିବାକୁ ଚେଷ୍ଟା କରୁଛନ୍ତି। ଏହାପରେ ବିବାହ ସମାରୋହ କାର୍ଯ୍ୟକ୍ରମର ଆୟୋଜନ ହେବ। ଏହା ଏକ ଖୁସିର ଅବସର ବୋଲି ଅଲୀଙ୍କ ପ୍ରବକ୍ତା କହିଛନ୍ତି।
ସୂଚନାଯୋଗ୍ୟ ଯେ ବଲିଉଡ୍‌ ଅଭିନେତା ଋଚା ଚଢ଼ା ଓ ଅଲୀ ଫଜଲଙ୍କ ପରିବାର ଲୋକ ଏହି ବାହାଘରକୁ ନେଇ ଖୁସି ଅଛନ୍ତି। ଉଭୟେ ସୋସାଲ ମିଡିଆରେ ପରସ୍ପରଙ୍କ ପ୍ରତି ଥିବା ପ୍ରେମ ଦେଖାଇଥାନ୍ତି। ଅଲୀ ଓ ଋଚା ଦୀର୍ଘ ଦିନ ହେଲାଣି ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି। ମିଡିଆରେ ଖବର ଶୁଣିବାକୁ ମିଳିଥିଲା ଯେ ଋଚାଙ୍କୁ ଅଲୀ ମାଳଦ୍ବୀପରେ ପ୍ରପୋଜ କରିଥିଲେ। ଋଚା ବି ବିଳମ୍ବ ନ କରି ତାଙ୍କ ପ୍ରପୋଜରେ ରାଜି ହୋଇଯାଇଥିଲେ। ଉଭୟେ ‘ଫୁକରେ’ ସେଟ୍‌ରେ ପରସ୍ପରଙ୍କୁ ପ୍ରଥମେ ଭେଟିଥିଲେ। ସେବେଠାରୁ ଉଭୟେ ପରସ୍ପରର ଭଲ ବନ୍ଧୁ ପାଲଟି ଯାଇଥିଲେ। ଏହାପରେ ୨୦୧୫ରେ ଉଭୟେ ପରସ୍ପରଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ୨୦୧୭ରେ ସେମାନେ ତାଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ