ବିବାହ କରିବେ ରଣଦୀପ୍‌

ବଲିଉଡ୍‌ ଷ୍ଟାର ରଣଦୀପ୍‌ ଚଳିତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୪ ବର୍ଷର ପ୍ରେମ ସମ୍ପର୍କ ପରେ ରଣଦୀପ ମଣିପୁରୀ ମଡେଲ ତଥା ଅଭିନେତ୍ରୀ ଲିନ୍‌ ଲାଇସ୍‌ରାମଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ରଣଦୀପ ଏବଂ ଲିନ୍‌ ଗତ ୨୦୧୬ରୁ ରିଲେସନ୍‌ସିପ୍‌ରେ ଅଛନ୍ତି । ଶୁଣିବାକୁ ମିଳିଛି ଯେ, ରଣଦୀପ ବିବାହ ଲାଗି ଲିନ୍‌ଙ୍କୁ ନିଜ ପରିବାର ସହ ଭେଟ କରାଇବା ଲାଗି ହରିୟାଣା ଯିବେ ବୋଲି ଚର୍ଚ୍ଚା ହେଉଛି । ରଣଦୀପ ନିଜର ଭଉଣୀ ଅଞ୍ଜଳୀଙ୍କ ଅତି ନିକଟତର ଅଟନ୍ତି ଏବଂ ସେ ବହୁ ପୂର୍ବରୁ ନିଜ ଭଉଣୀଙ୍କ ସହ ଲିନ୍‌ଙ୍କୁ ସାକ୍ଷାତ୍‌ ମଧ୍ୟ କରାଇସାରିଛନ୍ତି । ସର୍ବଦା ନିଜର ବ୍ୟକ୍ତିଗତ ଜୀବନୀକୁ ଲୋକଲୋଚନଠାରୁ ଦୂରେଇ ରଖୁଥିବା ରଣଦୀପ୍‌ କେବେ ହେଲେ ନିଜ ପ୍ରେମସମ୍ପର୍କ ବିଷୟରେ ମିଡ଼ିଆ ସାମ୍ନାରେ କିଛି କହିବାକୁ ପସନ୍ଦ କରିନଥାନ୍ତି । ତେବେ ଦୁହିଁଙ୍କ ପ୍ରେମ କାହାଣୀ ୨୦୧୬ରେ ଆରମ୍ଭ ହୋଇଥିଲା । ୨୦୧୮ରେ ରଣଦୀପ୍‌ ଏବଂ ଲିନ୍‌ଙ୍କୁ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍‌ରେ ଏକାଠି ମ୍ୟାଚ୍‌ ଦେଖୁଥିବା ବେଳେ ସ୍ପଟ୍‌ କରାଯାଇଥିଲା । ସୂଚନା ଥାଉ ଯେ, ପ୍ରିୟଙ୍କା ଚୋପ୍ରା ଷ୍ଟାରର୍‌ ଫିଲ୍ମ ‘ମେରିକମ୍‌’ରେ ନଜର ଆସିଥିଲେ ଲିନ୍‌ । ମଡେଲ ତଥା ଅଭିନେତ୍ରୀ ଲିନ୍‌ ହିନ୍ଦୀ ଫିଲ୍ମ ‘ଉର୍ମିଳା’, ‘ରଙ୍ଗୁନ୍‌’ ଏବଂ ‘ଅବା ମାରିଆ’ରେ ମଧ୍ୟ କାମ କରିସାରିଛନ୍ତି । ଲିନ୍‌ ନସିରୁଦ୍ଧିନ୍‌ ଶାହଙ୍କ ଥିଏଟର ଗ୍ରୁପ୍‌ର ମଧ୍ୟ ଅଂଶ ରହିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ