ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ;ପରେ ବିବାହକୁ ନା
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପୁଲିସ ଏସ୍ଆଇ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି। ଏହି ମାମଲାରେ ତତ୍କାଳୀନ ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଝନା ପୀଡ଼ିକା ଜେଲ ଯାଇ ଜାମିନ୍ ମୁକୁଳିଛନ୍ତି । ତେବେ ନ୍ୟାୟ ପାଇ ନଥିବା ଅଭିଯୋଗ କରି ପୀଡ଼ିତା ଗୁରୁବାର ବ୍ରହ୍ମପୁର ଆସି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟିଛନ୍ତି । ଖଲ୍ଲିକୋଟ ଥାନା ପୁଲିସ ତଦନ୍ତରେ ଅବହେଳା କରୁଛି ଏବଂ ଅଭିଯୁକ୍ତ ଏଆଇକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଜୁଲାଇ ମାସରେ କେସ୍ ହୋଇଥିଲା ଏବଂ ପୁଲିସ ଏଆଇ ଟୁନା ପିଡ଼ିକା ଜେଲ ଯାଇଥିଲେ । ଏହି ସମୟରେ ବୟାନ ପରିବର୍ତ୍ତନ କରି କୋର୍ଟରେ କହିବାକୁ ବାଧ୍ୟ ରଯାଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ବୟାନ ଦେବାକୁ ଖଲ୍ଲିକୋଟ ଥାନାରେ ବାରମ୍ବାର ଯାଇଥିଲେ ମଧ୍ୟ ଥାନା ଆଇଆଇସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେଣୁ ପୁଣି ଥରେ କୋର୍ଟରେ ବୟାନ ରେକର୍ଡକରିବାକୁ ଦାବି କରିଛନ୍ତି ପୀଡ଼ିତା ନିରପେକ୍ଷ ଭାବେ ତଦନ୍ତ କରାଯାଉ ନାହିଁ ଏବଂ ଅଭିଯୁକ୍ତ ଏଆଇଙ୍କ ସପକ୍ଷରେ ରିପୋର୍ଟ ଦିଆଯାଉଛି ବୋଲି ଡିଆଇଜିଙ୍କୁ ଭେଟି ଯୁବତୀ ଅଭିଯୋଗ କରିଥିଲେ । ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଯାଉ ବୋଲି ଦାବି କରିଥିଲେ । ଡିଆଇଜି ସତ୍ୟବ୍ରତ ଭୋଇ ପୀଡ଼ିତାଙ୍କ ଅଭିଯୋଗ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସଙ୍ଗେ ସଙ୍ଗେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟଙ୍କୁ କାର୍ଯ୍ୟାଳୟକୁ ଡକାଇ ତଦନ୍ତ ସମ୍ପର୍କରେ ପଚାରିବା ସହ ତୁରନ୍ତ ତଦନ୍ତକାରୀ ଅଧିକାରୀ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କେସର ତଦନ୍ତଭାର ଏଏସପି ରେଙ୍କ ଅଫିସରଙ୍କୁ ଦିଆଯାଇଛି ବୋଲି ଡିଆଇଜି ସୂଚନା ଦେଇଛନ୍ତି । ନିରପେକ୍ଷ ଭାବେ ତଦନ୍ତ କରାଯାଉଛି । ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିସେ କହିଛନ୍ତି । ପୀଡ଼ିତା ଙ୍କ ଅଭିଯୋଗ ପ୍ରକାରେ ପୁରୀ ରଥଯାତ୍ରା ରେ ଏସଆଇ ଟୁନା ପୀଡ଼ିକାଙ୍କ ସହ ଦେଖା ହୋଇଥିଲା ସେତେବେଳେ ସେ ଭୁବନେଶ୍ଵରେ ରହୁଥିଲେ ଏବଂ ଏସ୍ଆଇଙ୍କ ପୋଷ୍ଟିଙ୍ଗ ଅନ୍ୟ ଜିଲ୍ଲାରେ ଥିଲା । ପରେ ପୁଲିସ ଏସ୍ଆଇଙ୍କ ଟ୍ରେନିଂ ଭୁବନେଶ୍ବରରେ ପଡିଥିଲା, ସେ ଯୁବତୀଙ୍କ ଘରକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସହ ଶାରୀରିକ ସମ୍ପର୍କ ମଧ୍ୟ ଥିଲା ବୋଲି ପୀଡ଼ିତା କହିଛନ୍ତି । ପରେ ଏଆଇ କିଛି ନ କହି ଯୁବତୀଙ୍କ ଠାରୁ ଦୂରେଇ ଯାଇଥିଲେ। ଜୁନ୍ ମାସରେ ତାଙ୍କର ଅନ୍ୟ ଝିଅ ସହ ନିର୍ବନ୍ଧ ସାଙ୍ଗକୁ ଜୁଲାଇରେ ବିବାହ ଧାର୍ଯ୍ୟ କରାଯାଇଥିଲା । ଜୁଲାଇ ମାସରେ ଯୁବତୀ ଜଣକ କେସ୍ କରିବା ପରେ ଏସ୍ଆଇ ଟୁନା ପୀଡ଼ିକା ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।