ବିବାହ ପ୍ରତିସୃତି ଦେଇ ଶାରୀରିକ ସମ୍ପର୍କ; ନାବାଳିକା ଥାନା ର ଦ୍ୱାରସ୍ଥ

ବୁଗୁଡା,(ଅନିଲ କୁମାର ମହାରଣା): ନାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଆଇନ ପ୍ରଣୟନ କରି ବିଭିନ୍ନ ବ୍ୟବସ୍ଥା କରିଥିଲେ ମଧ୍ୟ ନାରୀଙ୍କ ଉପରେ ନିର୍ଯ୍ୟାତନା କମିବାର ଦେଖାଯାଉ ନାହିଁ। ପ୍ରତିଦିନ ଦେଶରେ ବହୁ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ପ୍ରେମ ସମ୍ପର୍କ ସୃଷ୍ଟି ହେବାପରେ ବିବାହର ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖି ପରେ ପ୍ରତାରଣା କରିବା ଘଟଣା ମଧ୍ୟ ବହୁତ ଦେଖା ଦେଇଛି। ତଥାପି ଏହା ଥମିବାର ନାହିଁ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବୁଗୁଡା ଥାନା ଅନ୍ତର୍ଗତ କାଦପଡା ଗ୍ରାମରେ। କାଦପଡା ଗ୍ରାମର ରଞ୍ଜିତ ସେଠୀ ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶ୍ରୁତି ଦେଇ  ନାବାଳିକା ସହ ଦୈହିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣକ ଗର୍ଭବତୀ ହେବା ଜାଣିବା ପରେ ରଞ୍ଜିତ ବିବାହ ହେବାକୁ ମନାକରି ଚେନାଇ ଚାଲି ଯାଇଛି। ବାଧ୍ୟହୋଇ ଗର୍ଭବତୀ ହୋଇଥିବା ନାବାଳିକା ଜଣଙ୍କ ଏହି ବିଷୟ ନେଇ ବୁଗୁଡା ଥାନାରେ ଲିଖିତ ଅଭିଯୋଗ କଲାପରେ ବୁଗୁଡା ଥାନା କେଶ ନଂ ୨୫୭/ ୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ