ବିବାହ ପ୍ରସ୍ତବକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ପରେ ହତ୍ୟା

ରତନେଇ ପାହାଡ଼ ତଳୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ବିବାହ ପ୍ରସ୍ତବକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ପରେ ହତ୍ୟାଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଏପରି ହତ୍ୟା ଘଟଣାରେ ପାଟପୁର ପୋଲିସକୁ ସଫଳତା ମିଳିଛି, ଅଭିଯୁକ୍ତ ଡାକ ଭୂୟାଁ (୪୫)କୁ ପୁଲିସ ଗିରଫ କରି ପାଟପୁର ଥାନା କେସ ନମ୍ବର ୫/୨୧ଅନୁଯାଇ ମାମଲା ରୁଜ୍ଜୁ କରି କୋର୍ଟଚାଲାଣ କରିଛି, ଏନେଇ ବୁଧବାର ପାଟପୁର ଥାନାରେ ଏସ ଡି ପି ଓ. ଉମାସଙ୍କର ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଘଟଣାରୁ ଅନୁଯାଇ ଚଳିତ ବର୍ଷ ମାର୍ଚ୍ଚ ମାସ ପନ୍ଦର ତାରିଖରେ ଏସ. ଗୋପାଳପୁର ଅନ୍ତର୍ଗତ ରତନେଇ ପାହାଡ଼ ତଳେ ଜଙ୍ଗଲରେ ଜୈନିକା ମହିଳାଙ୍କ ମୃତ ଶରୀର ପଡି ଗନ୍ଧ ବାହାରୁଥିବା ଦେଖିବାକୁ ପାଇଥିଲେ, ଏନେଇ ଏସ. ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନଙ୍କୁ ଖବର ଦେଇଥିଲେ । ସରପଞ୍ଚ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତି କରି ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରି ବ୍ୟବଛେଦ ପାଇଁ ଶବକୁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଥିଲା । ପରେ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ ମୃତ ମହିଳା ଜଣକ ୮,୦୩,୨୦୨୧ରେ ସୁମନ୍ତପୁରର ଦୁର୍ଯ୍ୟୋଧନ ଗୌଡ଼ଙ୍କ କନ୍ୟା ବନିତା ଗୌଡ଼ କେଉଁଆଡେ ନିଖୋଜ ହୋଇଥିବା ଏତଲା ଦେଇଥିଲେ,ଏତଲାକୁ ଭିତ୍ତି କରି ମୃତ ଯୁବତୀଙ୍କ ଲୁଗା ଚୁଡି ପରିବାର ଲୋକଙ୍କୁ ଦେଖାଇବାରୁ ତାହା ତାଙ୍କ କନ୍ୟା ବୋଲି ଜାଣିପାରିଥିଲେ।
ପରିପାର୍ଶ୍ୱକ ସ୍ତିତିକୁ ନେଇ ପୋଲିସ ପରିବାରର ରକ୍ତ ନମୁନା ଏବଂ ମୃତକଙ୍କ ଡି ଏନ ଏ ଟେଷ୍ଟ ପାଇଁ ପଠାଇଥିଲେ । ରିପୋର୍ଟ ଆସିବାପରେ ଜଣାପଡିଲା ଉକ୍ତ ଅଜଣାଙ୍କ ଗଳିତ ମହିଳାଙ୍କ ଶବଟି ବନିତାଙ୍କ ବୋଲି । ପରେ ପରିବାର ଲୋକଙ୍କୁ ତଦନ୍ତର ପରିସର ଭୁକ୍ତ କରାଯିବାପରେ ଯଣାପଡିଲା ଯେ ଦୁର୍ଯ୍ୟୋଧନଙ୍କ ଝିଅ ବନିତାଙ୍କ ବିବାହ ପାଇଁ ବନ୍ଧୁ ପ୍ରସ୍ତାବ ଠିକ କରିବା ପାଇଁ ଆମ୍ବଗାଁର ଡାକ ଭୂୟାଁକୁ କକୁହାଯାଇଥିଲା । ବିବାହ ପ୍ରସ୍ତାବକୁ ନେଇ ଦୁର୍ଯ୍ୟୋଧନଙ୍କ ଘରକୁ ବାରମ୍ବାର ଯାଇ ବନିତା ଗୌଡ଼ଙ୍କ ସହ ସମ୍ପର୍କ ଗଢିଉଠିଥିଲା । ପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଡାକ ଭୂୟାଁଙ୍କ ଘରେ ଜଣାପଡିବା ପରେ ସବୁବେଳେ ଝଗଡା ସୃଷ୍ଟିହୋଇଥିଲା । ଏହାପରେ ଡାକ ଭୂୟାଁ ନିଷ୍ପତି ନେଇଥିଲା ଯେ ବନିତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ । ଯୋଜନା ମୁତାବକ ଉକ୍ତ ଯୁବତୀଙ୍କୁ ରତନେଇ ମନ୍ଦିରକୁ ବୁଲିଯିବା ପାଇଁ କହିଥିଲା । ଯୁବତୀ ଜଣକ ଘରେ ନକହି ପଡିସା ଘରୁ କିଛି ଗହଣା ମାଗି ପିନ୍ଧିକରି ଡାକ ଭୂୟାଁଙ୍କ ସହ ରତନେଇ ମନ୍ଦିର ଯାଇଥିଲା । ସେଠାରେ ଜଙ୍ଗଲ ଭିତରକୁ ଯାଇଥିଲେ ଉଭୟ । ପରେ ସବୁଦିନ ପାଇଁ ରାସ୍ତାରୁ ହଟାଇବାପାଇଁ ରସି ସାହାର୍ଯ୍ୟରେ ଡାକହତ୍ୟା କରିଥିଲା । ପରେ ଯୁବତୀ ଜଣକ ପିନ୍ଧିଥିବା ସୁନାଅଳଙ୍କାର ଖୋଲି ନେଇ ନିଜ ଘରଭିତରେ ଗୋଟିଏ ସ୍ଥାନରେ ପୋତିଦେଇଥିଲା । ପୋଲିସ ସୁନାଅଳଙ୍କାର ଜବତ କରିବା ସହ ଡାକ ଭୂୟାଁଙ୍କୁ କୋର୍ଟ ଚାଲାଣ କରିଛି ଏଥିସହ ଘଟଣାରେ ଆଉକେହି ଜାତିଟା ଥିବେ ସେହି କାରଣରୁ ତଦନ୍ତ ଜାରିରବ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ