ବିବାହ ବାର୍ଷିକରେ ଯୁବ ସମାଜସେବୀ ଦମ୍ପତି ବାଣ୍ଟିଲେ କମ୍ବଳ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଆକାଶ ନାୟକ ଓ ତାଙ୍କ ଧର୍ମପତ୍ନୀ ବିଦିତା ନାୟକ ନିଆରା ଢଙ୍ଗରେ ବିବାହ ବାର୍ଷିକ ପାଳନ କରିଛନ୍ତି । ଆକାଶଙ୍କର ପ୍ରଥମ ଲହର କରୋନା ସମୟରେ ବିବାହ ପାଇଁ ନିର୍ବନ୍ଧ ହୋଇଥିଲେ ସୁଦ୍ଧା ପରେ ପରେ ଲକଡାଉନ ସର୍ଟଡାଉନ ଯୋଗୁ ବାହାଘର ଘୁଞ୍ଚି ଯାଇଥିଲା । ଏହାରି ଭିତରେ କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପଂଚାୟତ ସ୍ତରରେ ପ୍ରଶାସନ ସରପଞ୍ଚଙ୍କୁ ଦାୟିତ୍ୱ ଦେଇଥିଲେ । ପରିଚାଳନା ଦାୟିତ୍ୱ ନେଇଇଥିବା ସରପଞ୍ଚଙ୍କ ପ୍ରତିନିଧି ଆକାଶ ଏଥିରେ ମୁଖ୍ୟ ସାରଥୀ ସାଜିଥିଲେ । ଫଳରେ ତାଙ୍କର ବିବାହ ଅନେକ ଦିନ ଘୁଞ୍ଚି ଯାଇଥିବା ବେଳେ ଗତ ବର୍ଷ ସେ ଦ୍ୱିତୀୟ ସଂକ୍ରମଣ ପୂର୍ବରୁ ବିବାହ କରିଥିଲେ । ଚଳିତ ବର୍ଷ ଡିସେମ୍ବର ୧ତାରିଖ ତାଙ୍କର ବିବାହ ବାର୍ଷିକ ଅବସରରେ ସମାଜସେବୀ ଆକାଶ ତାଙ୍କ ଧର୍ମପତ୍ନୀଙ୍କ ସହିତ ନିକଟ ଜୋରାଗଡ଼ିଆ, ବଡନପଙ୍ଗ ଓ ବାଙ୍କମୁହାଁ ଆଦିବାସୀ ସାହିରେ କମ୍ବଳ ବଣ୍ଟନ କରିଛନ୍ତି । ଯୁବ ସମାଜସେବୀ ଦମ୍ପତିଙ୍କ ଏଭଳି ନିଆରା ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ