ବିବାହ ଭୋଜିରେ ହେଲମେଟ ଉପହାର

ନାଉଗାଁ( ଯୁଗାବ୍ଦ ନ୍ୟୁଜ୍) :ବିବାହ ଭୋଜିରେ ଶୁଭେଚ୍ଛୁମାନେ ଯୋଗ ଦେଲେ ନବ ଦମ୍ଫତିକୁ ବିଭିନ୍ନ ପ୍ରକାର ନାମୀଦାମୀ ଉପହାର ପ୍ରଦାନ କରନ୍ତି । କିନ୍ତୁ ନାଉଗାଁ ବ୍ଳକସ୍ଥିତ ଗୋଠଦା ଗ୍ରାମର ଆଇନୀଜିବ ସୁରେଶ ଦାସ ବିବାହ ଭୋଜିରେ ଯୋଗ ଦେଲେ ଉପହାର ସ୍ୱରୁପ ହେଲମେଟ ପ୍ରଦାନ କରୁଛନ୍ତି । ଏପରିକି ଯେଉଁ ଭୋଜିରେ ଯୋଗ ଦିଅନ୍ତି ସାଥୀରେ ନବ ଦମ୍ଫତିଙ୍କ ପାଇଁ ହେଲମେଟ ନେଇଥାନ୍ତି । କେବଳ ହେଲମେଟ ପ୍ରଦାନ କରନ୍ତି ନାହିଁ,ଦ୍ରୁତ ଗତିରେ ଗାଡି ନ ଚଳାଇବା, ଟ୍ରାଫିକ ନିୟମ ମାନିବା, ଗାଡି ଚାଳନା ବେଳେ ମୋବାଇଲ ଫୋନରେ କଥା ନହେବା ଆଦି ବିଭିନ୍ନ ସଚେତନମୂଳକ ବାର୍ତା ମଧ୍ୟ ଦେଇଥାନ୍ତି । ସୁରେଶଙ୍କର ଏତାଦୃଶ କାର‌୍ୟ୍ୟ ପାଇଁ ନାଉଗାଁ ବ୍ଳକର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ,ସମାଜସେବୀ ପ୍ରଶାନ୍ତ କୁମାର ସ୍ୱାଇଁ,ହେମଲତା ବିଦ୍ୟାଳୟର ପାର୍ଥସାରଥୀ ରାଉତ ଆଦି ଭୂୟସୀ ପ୍ରଶଂସା କରିଥିଲେ । ରାସ୍ତା ଦୁର୍ଘଟଣାରେ ବେପରୁଆ ଗାଡି ଚାଳନା ,ହେଲମେଟ ବ୍ୟବହାର ନକରିବା ଦ୍ୱାରା ଅନେକ ସମୟରେ ଅକାଳରେ ଜୀବନହାନି ଘଟୁଛି । ତେଣୁ ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ସମସ୍ତଙ୍କୁ ହେଲମେଟ ବ୍ୟବହାର କରିବା ଲକ୍ଷ୍ୟ ନେଇ ସୁରେଶ ଏପରି କାର‌୍ୟ୍ୟ କରୁଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ