ବିବାହ ଲାଗି ଉପଯୁକ୍ତ ସମୟ
ପ୍ରାୟ ଯୁବକଙ୍କୁ ସେମାନଙ୍କ ଅବିବାହିତ ଜୀବନ ବେଶି ପସନ୍ଦ ଆସିଥାଏ । ସେମାନେ ତାଙ୍କର ଏହି ଜୀବନକୁ ନେଇ ଖୁସିରେ ରହିବାକୁ ଚାହିଁଥାନ୍ତି । ମାତ୍ର ପରେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଏକୁଟିଆ ବଞ୍ôଚବା ସମ୍ଭବ ହୋଇ ନ ଥାଏ । ସେତେବେଳେ ଲୋଡ଼ାପଡ଼େ ଜଣେ ଜୀବନସାଥୀ । ଜୀବନରେ ଖାଲି ଏକଲାପଣ ନୁହେଁ, ବରଂ ଗମ୍ଭୀରତା ଓ ଚିନ୍ତା ମଧ୍ୟ ଏକ ମୁଖ୍ୟ କାରଣ । ତେଣୁ ଜୀବନରେ ଏହିପରି ପରିବର୍ତ୍ତନ ଆସିଲେ ବିବାହ ସମ୍ପର୍କରେ ଚିନ୍ତା କରନ୍ତୁ । ଟଙ୍କା ସଞ୍ଚୟ: ଅବିବାହିତ ପୁରୁଷମାନେ ବିନା କୌଣସି ଚିନ୍ତାରେ ଟଙ୍କା ଖର୍ଚ୍ଚ କରିଥାନ୍ତି । ସେମାନେ ଟଙ୍କା ପଇସାକୁ ନେଇ ଜମା ବି କଞ୍ଜୁସି କରି ନ ଥାନ୍ତି । ପରବର୍ତ୍ତୀ ସମୟରେ ସେମାନେ ଟଙ୍କା ଜମାକରି ରଖିଥାନ୍ତି । ଆଉ ଏହି ପରିବର୍ତ୍ତନ ହିଁ ବିବାହ କରିନେବାର ସଙ୍କେତ ଦେଇଥାଏ ।
ପ୍ରେମ: ସମସ୍ତେ ଚାହାନ୍ତି ତାଙ୍କ ଜୀବନରେ ଜଣେ ସ୍ୱତନ୍ତ୍ର ଲୋକ ଥାଉ, ଯାହାଙ୍କ ସହ ସେମାନେ ଜୀବନର ସୁଖଦୁଃଖ ବାଣ୍ଟିପାରିବେ । ତେଣୁ ଏହି ଏକଲାପଣ ଦୂର କରିବାକୁ ଜୀବନସାଥୀଟିଏ ଦରକାର ।
ଯଦି ଡେଟ୍ରେ ଯାଉଛନ୍ତି: ଯଦି ଆପଣ ବାରମ୍ବାର ଡେଟ୍ରେ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଜଣଙ୍କର ଆବଶ୍ୟକତା ରହିଛି, ଯାହା ବିବାହ ପରେ ପୂରା ହୋଇପାରିବ ।