ବିବାହ ୧୨ ଦିନ ପରେ ଅଲଗା ହେଲେ ପାମେଲା
ନୂଆଦିଲ୍ଲୀ : ବିଫଳ ହୋଇଛି ଅଭିନେତ୍ରୀ ପାମେଲା ଏଣ୍ଡରସନ୍ଙ୍କ ବୈବାହିତ ସମ୍ପର୍କ। ତାଙ୍କର ନିର୍ମାତା ଜନ୍ ପିଟର୍ସଙ୍କ ସହ ବୈବାହିକ ସମ୍ପର୍କର ମାତ୍ର ୧୨ ଦିନ ପରେ ଅଲଗା ହେବା ଲାଗି ନିଷ୍ପତ୍ତି ନେଇଛନ୍ତି । ଅଭିନେତ୍ରୀ ପାମେଲା କିଛି ଦିନ ତଳେ ପଞ୍ଚମ ଥର ପାଇଁ ବିବାହ କରିଥିବାବେଳେ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ପାମେଲା କହିଛନ୍ତି ଯେ, ଆମେ ଆମ ଜୀବନରେ ଜଣେ ଅନ୍ୟଜଣଙ୍କଠାରୁ କ’ଣ ଚାହୁଁଛୁ, ତାହାର ପୁର୍ନମୂଲ୍ୟାୟନ ନିମନ୍ତେ କିଛି ସମୟ ଅଲଗା ରହିବାକୁ ଚାହୁଁଛୁ । ଏହା ସହିତ ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ଜୀବନ ଏକ ଯାତ୍ରା ଅଟେ ଏବଂ ପ୍ରେମ ଏକ ପ୍ରକ୍ରିୟା । ଯଦିଓ ପିଟର୍ସଙ୍କୁ ବହୁତ ପୂର୍ବରୁ ଜାଣିଛନ୍ତି, ତେବେ ତାଙ୍କ ସହିତ ସମସ୍ତ ସମୟ କାଟିବା ପାଇଁ ଆଉ ଟିକେ ଭାବିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଅଭିନେତ୍ରୀ ଜଣଙ୍କ । ୫୨ ବର୍ଷୀୟା ଏହି ଅଭିନେତ୍ରୀ ଜଣଙ୍କ ନିଜଠାରୁ ୨୦ ବର୍ଷ ବଡ ୭୨ ବର୍ଷୀୟ ପିଟର୍ସଙ୍କୁ ବିବାହ କରିଥିଲେ । ପିଟର୍ସ ଏହା ପୂର୍ବରୁ ଅଭିନେତ୍ରୀ ଲେସ୍ଲୀ ଏନ୍ ବୋରେନ୍ଙ୍କ ସହିତ ବିବାହ କରିଥିଲେ, ମାତ୍ର ଅଭିନେତ୍ରୀ ବାରବାରଙ୍କ ପାଇଁ ତାଙ୍କୁ ଛାଡି ଦେଇଥିଲେ । ପିଟର୍ସ ଏବେ ପାମେଲାଙ୍କ ପୂର୍ବତନ ସାଥୀଙ୍କ ସୂଚୀରେ ସାମିଲ୍ ହୋଇଛନ୍ତି । ଯେଉଁଥିରେ ଟମି ଲୀଙ୍କ ସହିତ ପାମେଲାଙ୍କ ଦୁଇ ସନ୍ତାନ ରକ୍ ଓ ରିକ୍ ସୋଲେମନ୍ ରହିଛନ୍ତି।


