ବିବିସିସିରେ ୧୫ ନର୍ଦ୍ଦେଶକ ନିର୍ବାଚିତ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତଙ୍କ ବିଜ୍ଞପ୍ତି ଅନୁସାରେ ସମଗ୍ର ଓଡ଼ିଶାରେ ରବିବାର ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ର ସମବାୟ ନିର୍ବାଚନ ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ (ବିବିସିସି)ର ୧୫ ନିର୍ଦ୍ଦେଶକ ପଦରେ ମତଦାନ ଶାନ୍ତି ଶୃଙ୍ଖଳରେ ଶେଷ ହୋଇ ଫଳ ପ୍ରକାଶ ପାଇଛି । ସ୍ଥାନୀୟ ଖ୍ରୀଷ୍ଟିୟାନ ହାଇସ୍କୁଲରେ ଆୟୋଜିତ ୮ ଗୋଟି ବୁଥରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲଥିଲା । ଦୁଇ ଜିଲାର ୨୪୯ ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ), ୨ ଟି ଲ୍ୟାମ୍ପସ ଓ ଅନୁମୋଦିତ ଅନ୍ୟାନ୍ୟ ବିଭିନ୍ନ ବର୍ଗର ୭୫ଟି ପ୍ରାଥମିକ ସମବାୟ ସମିତିର ନିର୍ବାଚିତ ନିର୍ଦ୍ଦେଶକମାନେ ଏଥିରେ ମତଦାନ କରିଥିଲେ । ମୋଟ ୪,୭୪୨ ନିର୍ଦ୍ଦେଶକଙ୍କ ମଧ୍ୟରୁ ୪୩୩୯ ଜଣ ମତଦାନ କରିଥିବା ବେଳେ ଭୋଟ ହାର ୯୧.୫ ପ୍ରତିଶତ ଛୁଇଁଛିି । ମତଦାନ ଶେଷ ହେବାର କିଛି ସମୟ ପରେ ଭୋଟଗଣତି ଆରମ୍ଭ ହୋଇଥିଲା । ସଂଧ୍ୟା ୭ଟା ସୁଦ୍ଧା ନିର୍ବାଚନ ଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୨ ପ୍ରାର୍ଥୀଙ୍କ ମଧ୍ୟରୁ ୧ରୁ ୧୫ ନଂ ପର୍ଯ୍ୟନ୍ତ ଜୋନରେ ଯଥାକ୍ରମେ ନିରଞ୍ଜନ ଦାସ, ଗଣେଶ ପ୍ରସାଦ ମହାପାତ୍ର, ଯୋଗେନ୍ଦ୍ର କୁମାର ଘଡ଼େଇ, ପ୍ରକାଶଜ୍ୟୋତି ମହାକୁଡ଼, ଦଶରଥ ଜେନା, ପୁଷ୍ପଲତା ଜେନା, ଆଶିଷ ପାତ୍ର, ସଂଗ୍ରାମ କେଶରୀ ମଲିକ, ଦେବ କୁମାର ଦେ, ତପନ ଦାସ, ବ୍ରଜେନ୍ଦ୍ର ମାଝୀ, ରମେଶ ଚନ୍ଦ୍ର ଭାରତୀ, ରଞ୍ଜିତା ସିଂହ, ଅମିତା ଭୂୟାଁ ଓ ନବକିଶୋର ସେଠୀ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ସଭାପତି ଓ ଉପ-ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ୨ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ହେବ ବୋଲି ନିର୍ବାଚନ ହେବ ବୋଲି ସମବାୟ ସମିତି ସମୂହ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି ।