ବିବିସିସିି ପକ୍ଷରୁ ମୃତଚାଷୀ ପରିବାରକୁ ବୀମାରାଶି ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଳେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ (ବିବିସିସି) ପକ୍ଷରୁ ଦୁର୍ଘଟଣାରେ ମୃତ ଭୀମପୁର ଗ୍ରାମର ଚାଷୀ ସ୍ୱର୍ଗତ ଟୁନା ଦାସଙ୍କ ପରିବାରକୁୁ ବୀମାରାଶି ପ୍ରଦାନ କରାଯାଇଛି । ବୀମା କମ୍ପାନୀ ପକ୍ଷରୁ ସ୍ୱର୍ଗତ ଦାସଙ୍କ ପିତା ବୁଦ୍ଧିରାମ ଦାସଙ୍କୁ ୫ ଲକ୍ଷ ଟଙ୍କାର (ଚେକ) ପ୍ରଦାନ କରାଯାଇଛି । ସ୍ୱର୍ଗତ ଦାସ ରସାଳପୁର ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ନେଇ ଚାଷ କରିଥିଲେ । ୨୦୨୧ ମସିହା ଜୁଲାଇ ମାସରେ ବିଦ୍ୟୁତ ଆଘତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।ଏହି ଚେକ ପ୍ରଦାନ ବେଳେ ବିବିସିସିର ଡିଜିଏମ ହିମାଂଶୁ ଦାସ, ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଅଶୋକ କୁମାର ମିଶ୍ର ଓ ରସାଳପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଅସିତ କୁମାର ଦାସଙ୍କ ଉପସ୍ଥିତ ଥିଲେ । ସେହିଭଳି ବସ୍ତା ଥାନା ଅନ୍ତର୍ଗତ ବାଇଗଣ୍ଡିଆ ଗ୍ରାମର ମୃତ ଚାଷୀ ମାୟଧାର ଜେନାଙ୍କ ପରିବାରକୁ ମଧ୍ୟ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛି । ଶ୍ରୀରାମପୁର ସମବାୟ ସମିତିରୁ ସ୍ୱର୍ଗତ ଜେନା ଋଣ ନେଇ ଚାଷ କରିଥିଲେ । ୨୦୨୧ ମସିହା ଫେବୃୟାରୀ ମାସ ୧୮ ତାରିଖରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କେସିସି ଜୀବନ ବୀମା କମ୍ପାନୀ ପକ୍ଷରୁ ସ୍ୱର୍ଗତ ଜେନାଙ୍କ ପତ୍ନୀ ସୁକାନ୍ତି ଜେନାଙ୍କୁ ୫ଲକ୍ଷ ଟଙ୍କା ଚେକ ଆକାରରେ ପ୍ରଦାନ କରାଯାଇଛି । ଅଏହି ରାଶି ପ୍ରଦାନ ବେଳେ ବିବିସିସିର ଡିଜିଏମ ହିମାଂଶୁ ୋଖର ଦାଶ, ଏଜିଏମ ସଞ୍ଜନ କୁମାର ଦାସ, ମୁଖ୍ୟଶାଖା ପରିଚାଳକ ଅଶୋକ କୁମାର ମିଶ୍ରଙ୍କ ସମେତ ଶ୍ରୀରାମପୁର ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ବାରିକ ଓ ସହ-ସମ୍ପାଦକ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ