ବିବିସିସି ପରିସରରେ ଏଗ୍ରି ମଲ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହଯୋଗରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ବାଲେଶ୍ୱରରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ଗଠିତ ଉତ୍ପାଦକ ସଂସ୍ଥାମାନଙ୍କର ବ୍ୟବସାୟିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ (ବିବିସିସି)ପରିସରରେ ଏକ ଏଗ୍ରିମଲ୍ ଉଦଘାଟିତ ହୋଇଥିଲା । ‘ଓରମାସ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅତିରକ୍ତ ସଚିବ ପୁନମ ତାପସ କୁମାର ଗୁହା ଏହାକୁ ଉଦଘାଟନ କରିବା ସହିତ ଏଗ୍ରିମଲର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାର କୃଷି କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ମହିଳା ଉତ୍ପାଦକ ସଂସ୍ଥା ଅଥବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣରେ ୱାନ ଷ୍ଟପ ସେଣ୍ଟର ଭାବେ ଏହି ମଲ ସହାୟକ ହେବ ବୋଲି ଶ୍ରୀମତୀ ଗୁହା ଆଶାପ୍ରକାଶ କରିଥିଲେ । ଆଗାମୀ ଦିନରେ ଏହିଭଳି ମଲ୍ ପଞ୍ଚାୟତ ସ୍ତରରେ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗଣେଶ ପ୍ରସାଦ ମହାପାତ୍ର ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଓରମାସ ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଜିଲାର ବିଭିନ୍ନ ବ୍ଲକର ଉତ୍ପାଦକ ସଂସ୍ଥା ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ