ବିବିସିସି ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପରିସରରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖାର ପରିଚାଳକ ରାମ ନାରାୟଣ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ସମବାୟ ସମିତି ସମୂହ ଭଦ୍ରକର ସହକାରୀ ନିବନ୍ଧକ ସଦାନନ୍ଦ ବେହେରା, ଉପସହକାରୀ ନିବନ୍ଧକ ସତ୍ୟ ପ୍ରକାଶ ସେଠୀ, ଭାରପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ କିଶୋର କୁମାର ପାଣିଗ୍ରାହୀ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ ଯୋଗ ଦେଇ ଶ୍ରୀ ମହାନ୍ତିଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଶୈଳୀ ସଂପର୍କରେ ଆଲୋକପାତ କରିଥିଲେ । ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀ ମହାନ୍ତି ବନ୍ତ ଶାଖାରେ ସୂଚାରୁରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଥିଲେ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଦାୟୀ ଶାଖା ପରିଚାଳକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟିଲୋ ସେବା ସମବାୟ ସମିତିର ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ପର୍ଶୁରାମ ପାତ୍ର, ଦୀନବନ୍ଧୁ ସାମଲ, ବିବେକାନନ୍ଦ ବିଶ୍ୱାଳ, ପ୍ରତାପ ରାଉତଙ୍କ ସମେତ ୮ ସମିତିର ସଂପାଦକ, ସହସଂପାଦକ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ