ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଓ ସାଇନ୍ସ କାର୍ଯ୍ୟାଳୟ ଉଦଘାଟିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କେନ୍ଦ୍ର ଜନଜାତି ବିକାଶ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି କରଞ୍ଜିଆ ଗସ୍ତ ରେ ଆସି କରଞ୍ଜିଆ ଶକ୍ତିମନ୍ଦିର ନିକଟରେ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ ଓ ସାଇନ୍ସ ଶିକ୍ଷାନୁଷ୍ଠାନର କାର୍ଯ୍ୟାଳୟ ଶୁଭ ଉଦଘାଟନ କରିଥିଲେ। ଏହି ଇନଷ୍ଟିଚ୍ୟୁଟ ମାଧ୍ୟମରେ ଆଦିବାସୀ ପିଲାମାନେ ମାଗଣାରେ ବିଭିନ୍ନ ବିଷୟରେ ଶିକ୍ଷା ଲାଭ କରି ନିଜ ନିଜର ଅର୍ଥନୈତିକ ବିକାଶ କରି ପାରିବେ ବୋଲି ସେ ଉଦଘାଟନ ପ୍ରସଙ୍ଗରେ କହିଥିଲେ। ଏହାର ସୁଯୋଗ ସମସ୍ତ ଆଦିବାସୀ ପିଲାମାନେ ନେବାକୁ ସେ ଆହ୍ୱାନ କରିଥିଲେ। ଏହି ଉଦଘାଟନ ସମାରୋହରେ ସମ୍ମାନିତ ଅତିଥି ରୂପେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଭଞ୍ଜଦେଓ ଓ ଅନୁଷ୍ଠାନର ମ୍ୟାନେଜି° ଡାଇରେକ୍ଟର ବିଷ୍ଣୁ ଅଗ୍ରୱାଲ, ଶିକ୍ଷାନୁଷ୍ଠାନ ଟ୍ରଷ୍ଟି ତରଣୀସେନ ବାରିକ୍,ଆଲୋକ କୁମାର ଗୁପ୍ତା ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରାଯାଇଥିଲା

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ