ବିବେକାନନ୍ଦ ମାର୍ଗ ଗଣେଶ ପୂଜା ପାଇଁ ସମନ୍ୱୟ କମିଟି ଗଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୩୧ ତାରିଖର ଆଦ୍ୟ ପ୍ରଭୁ ବିନାୟକଙ୍କ ପୂଜା ଧୁମଧାମରେ କରିବା ପାଇଁ ସବୁଠି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱର ସହରର ଏକାଧିକ ମେଢ଼ ହେଉଥିବା ବିବେକାନନ୍ଦ ମାର୍ଗ (ପାଣିଟାଙ୍କି ଛକଠାରୁ କାଳୀମନ୍ଦିର ପର୍ଯ୍ୟନ୍ତ) ଅଞ୍ଚଳରେ ଗଣେଶ ପୂଜାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଚଳିତ ବର୍ଷ ଗଠିତ ହୋଇଛି ‘ବିବେକାନନ୍ଦ ମାର୍ଗ ଗଣପତି ସମନ୍ୱୟ କମିଟି’ । ଗଣେଶ ମେଢ଼ର ଆକର୍ଷଣୀୟ ହବ ପାଲଟିଥିବା ଏହି ଅଞ୍ଚଳରେ ଚଳିତ ବର୍ଷ ୩୮ ଗୋଟି ମେଢ଼ରେ ଆଦ୍ୟପ୍ରଭୁ ଗଣପତିଙ୍କୁ ପୂଜା ହେବ ବୋଲି ସମନ୍ୱୟ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୂର୍ବରୁ ଏଠାରେ ଡାକବାଜିକୁ ବ୍ୟାନ କରାଯାଇଥିଲା । ମାତ୍ର ବାଜା ବଜାଇବାକୁ ଅନୁମତି ମିଳିଥିଲା । ତେବେ ବାଜା ବଜାଇ ଯୁବକମାନେ ନାଚ କରିବା ଦ୍ୱାରା ଠାକୁର ଦର୍ଶନ ପାଇଁ ଭକ୍ତମାନେ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ଏହାକୁ ଗୁରୁତ୍ୱ ଦେଇ ସମ୍ମନ୍ୱୟ କମିଟି ପକ୍ଷରୁ ଚଳିତ ବର୍ଷ ପୂଜାରେ ବାଜା ବଜାଇବା ମଧ୍ୟ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ବୋଲି କମିଟିର ସଭାପତି ସନ୍ତୋଷ ଅଗସ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଶାସନର ସମସ୍ତ ଗାଇଡଲାଇନକୁ ପାଳନ ପୂର୍ବକ ପୂଜା କରାଯିବ ଓ କେବଳ ଭସାଣିରେ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବେ ବୋଲି ସେ କହିଛନ୍ତି । ଏନେଇ ଶ୍ରୀ ଅଗସ୍ତି ପ୍ରଶାସନ ସମେତ ସହରବାସୀ ସେମାନଙ୍କୁ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୌଭାଗ୍ୟ ମାନସ ନାୟକଙ୍କ ସମେତ ସମନ୍ୱୟ କମିଟିର ବହୁ ସଦସ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ