ବିବେକାନନ୍ଦ ଯୁବକ ସଂଘ,ସହିଦ ଅଶୋକ ଯୁବକ ସଂଘ,ଗାୟତ୍ରୀ ପରିବାର ଓ ଆମ ଓଡ଼ିଶା ଶିବିରରୁ ୩୬ ୟୁନିଟ ରକ୍ତ ସଂଗୃହୀତ

ଗଞ୍ଜମ,(ୱାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡ଼ି ଗ୍ରାମର ଗାଣ୍ଡୁ ନାହାକ ହାଇ ସ୍କୁଲ ପରିସରରେ ସହିଦ ଅଶୋକ ଯୁବକ ସଂଘ ସିପକୁଦା, ବିବେକାନନ୍ଦ ଯୁବକ ସଂଘ, ଝାରେଡ଼ି ରାଧା ଗୋବିନ୍ଦପୁର, ଗାୟତ୍ରୀ ପରିବାର ଵିଶ୍ଵ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭା ଓ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଉମାକାନ୍ତ ସାହୁଙ୍କ ବେଦମନ୍ତ୍ର ଧ୍ୱନି ସହ ମୁଖ୍ୟ ଅତିଥି ଭାବେ ରମ୍ଭା ବନାଞ୍ଚଳ ଅଧିକାରୀଣୀ ରଶ୍ମିତା ଜେନା ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଏଥିର ସମ୍ମାନୀତ ଅତିଥି ଭାବେ ଗୌରାଙ୍ଗପାଟଣା ଶାଖା ସଂଯୋଜକ ଶିକ୍ଷକ ଶେଷଦେବ ବେହେରା, କଣ୍ଟାପଡା ମଠମୁକୁନ୍ଦପୁର ଶାଖା ସଂଯୋଜକ ଝଡ଼ିଆ ନାହାକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୬ ୟୁନିଟ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତନୁଜ ନାହାକ, କୃଷ୍ଣଚନ୍ଦ୍ର ନାହାକ, ବିକ୍ରମ ନାହାକ, ଆଦିତ୍ୟ ନାହାକ, ଶ୍ରୀକାନ୍ତ ନାହାକ, କୈବଲ୍ୟ ନାହାକ, ପ୍ରିୟ ରଞ୍ଜନ ନାହାକ, ରମାକାନ୍ତ ନାହାକ,ଶିବରାମ ନାହାକ ଓ ମୋଚିରାମ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ପ୍ରଦୀପ କୁମାର ସୁବୁଦ୍ଧି, ଡମ୍ବରୁ ବାହାଦୂର କାର୍କୀ,ଦେବାଶିଷ ପଣ୍ଡା, ରାମହରି ପଣ୍ଡା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ରକ୍ତଦାତା ହେଲେ ଦିବ୍ୟରଞ୍ଜନ ନାହାକ, ସନ୍ତୋଷ କୁମାର ନାହାକ, ଗୋବର୍ଦ୍ଧନ ନାହାକ, ଅଭିଜିତ ନାହାକ, ବିରଞ୍ଚି ନାହାକ, ପ୍ରମୋଦ ନାହାକ, ସିତାରାମ ନାହାକ, ସୌରଭ ନାହାକ, ରମାକାନ୍ତ ନାହାକ, ବାବୂବାହନ ନାହାକ, ଶିବରାମ ନାହାକ, ଭରତ ନାହାକ, ପଞ୍ଚାନନ ନାହାକ, ସୁବ୍ରତ ନାହାକ, ପବିତ୍ର ମୋହନ ନାହାକ, କଲ୍ୟାଣ ନାହାକ, ବବୁଲୁ ନାହାକ, ପ୍ରବୀଣ ନାହାକ,ଦିବ୍ୟଲୋଚନ ନାହାକ, ବାଦଲ କୁମାର ନାହାକ, ପ୍ରଭାତ କୁମାର ଦଳେଇ, ଅରବିନ୍ଦ ନାହାକ, ଶିଶିର କୁମାର ଦଳେଇ,ରତିକାନ୍ତ ନାହାକ, ଦୀନବନ୍ଧୁ ନାହାକ, ସରୋଜ କୁମାର ନାହାକ, ମାନସ ରଞ୍ଜନ ନାହାକ, ସରୋଜ କାନ୍ତ ନାହାକ, ମୁନା ନାହାକ, ସଂଗ୍ରାମ ଦଳେଇ, ଭରତ ନାହାକ, ଦିପକ କୁମାର ନାହାକ, ମିଥୁନ ନାହାକ, ମିହିର ଦଳେଇ, ପିଙ୍କୁ ନାହାକ, ବିରଞ୍ଚି ନାରାୟଣ ନାହାକ ପ୍ରମୁଖ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ