ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଆଲୋଚନା ଚକ୍ର

ହାଟଡ଼ିହି- ହାଟଡିହି ବ୍ଲକ ଶାଳଣିଆଁ ଉଚ୍ଚ ବିଦ୍ୟାଳୟରେ ବିବେକାନନ୍ଦ ଯୁବକସଂଘ ପକ୍ଷରୁ ‘ଆଧୁନିକ ଶିକ୍ଷା ବ୍ୟବସ୍ଥାର ଗତି ଓ ତହିଁରେ ବିଦ୍ୟାର୍ଥି ଙ୍କ ଭୁମିକା’ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଡ. ଆଶୁତୋଷ ବଳ ଯୋଗଦେଇ ଶିକ୍ଷା କେବଳ ପରୀକ୍ଷା ଖାତାଯାଏ ସିମିତ ନରହି ଲୋକାଚାର ସଦାଚାରରେ ରୁପାନ୍ତରିତ ହୋଇ ସମାଜର ମଙ୍ଗଳାର୍ଥେ ବିନିଯୋଗ ହୋଇପାରିଲେ ବାସ୍ତବ ସଫଳ ହୋଇପାରିବ, ଏଥିପାଇଁ ନିଷ୍ଠା ଓ ଏକାନ୍ତ ଚେଷ୍ଟାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ରମେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନାଆମି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ବନମାଳୀ ପଣ୍ଡା ସମ୍ମାନୀତ ଅତିôତ ଭାବେ ଇତିହାସ ଅଧ୍ୟାପକ ବିନାୟକ ଘୋଷ, ଶିକ୍ଷକ ଅଭୟ କୁମାର ଜେନା ପ୍ରମୁଖ ଯୋଗଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ତହିଁରେ ବିଦ୍ୟାର୍ôଥର ଭୁମିକା କିପରି ହେବା ଦରକାର ତାହା ଉପରେ ବକ୍ତବ୍ୟ ରଖିଥିଲେ । ଗଜେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚକ୍ରଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମଧୁସ୍ମିତା ସାହୁ, ମୋନାଲିସା ଦତ୍ତ, ହରିଶ୍ଚନ୍ଦ୍ର ଜେନା, ବିଜୟ ବାରିକ, ଚିନ୍ମୟୀ ସେଠୀ, ବିପିନି କୁଅଁର, ରଞ୍ଜିତା ଜେନା, ମନୋଜ ଜେନା, ଅଙ୍କିତା ବେହେରା, ମୋନାଲିସା ରାଉତ ପ୍ରମୁଖ ବିଦ୍ୟାଳୟର ପୁରତନ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ