ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାଇରଙ୍ଗପୁର- ମହାନ ସନ୍ଥ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁରର ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନପରିସରେ ଛାତ୍ର ଛାତ୍ରୀ, ଶିକ୍ଷକ, ଓ ଅଭିଭାବକଙ୍କ ଦ୍ଵାରା ଧୁମଧାମରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଅଶ୍ଵିନୀ ଜ୍ୟୋତିଷ ପରିଚାଳନାରେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ତଥା ସାଂସଦ ପ୍ରତିନିଧି ବରୁଣ ଦେ, ମୁଖ୍ୟ ବକ୍ତା ମା’ସାରଦା ସେବାସଂଘର ସଭାପତି ବିଷ୍ଣୁ ପ୍ରସାଦ ଜେନା,ମନମୋହନ ପରମାଣିକ , ନୃତ୍ୟ ଗୁରୁ ମେଘନାଦ ହେମ୍ବ୍ରମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ମାନବ ଧର୍ମ ହେଉଛି ମାଧବ ଧର୍ମ । ସମସ୍ତେ ସତକର୍ମ,ସଦାଚାର,ସେବା ମନୋବୃତ୍ତି , ଆଧ୍ୟାତ୍ମିକ ବାଦି ହେବା ଉଚିତ । ଏହାହିଁ ବିବେକାନନ୍ଦଙ୍କ ବାଣୀ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ