ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ବଉଲାଙ୍ଗ ପଞ୍ଚାୟତ ଭିମାପଡା ପଲ୍ଲୀଛକ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ୬ଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାକଟପୁର ମଙ୍ଗଳା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାଶ ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରା ନନ୍ଦ ପାତ୍ର ,ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ନରହରି ଦଳାଇ, ସମାଜସେବୀ ମକରଧ୍ଵଜ ସ୍ଵାଇଁ, ନଟବର ପ୍ରଧାନ , ଶିକ୍ଷାବିତ ପଦ୍ମଚରଣ ରାଉତ , ଶିକ୍ଷକ ଦେବୀ ପ୍ରସାଦ ପାତ୍ର ,ରମେଶ ଚନ୍ଦ୍ର ଦାସ ,ମୀନକେତନ ମହାନ୍ତି ,ନିର୍ମଳ କୁମାର ଦାସ ପ୍ରମୁଖ ଯୋଗଦେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଗୌରାଙ୍ଗ ଚରଣ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ପତିତପାବନ ନୋଡାଲ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ସଭା ପରିଚାଳନା କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ଗ୍ରାମାଞ୍ଚଳରେ ଏହି ବିଦ୍ୟାଳୟ ସୁନ୍ଦର ଶିକ୍ଷା ପ୍ରଦାନ କରିବା ସହିତ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନୃତ୍ୟ, ସଙ୍ଗୀତ ,କମ୍ପୁଟର , ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଅତି ସୁନ୍ଦର ବୋଲି ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ ।ଏହି ଶିକ୍ଷା କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନିର୍ମାଣ କରିବେ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀ ଦଳାଇ ପ୍ରତିଶୃତି ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ରାଜେଶ କୁମାର ଜେନା ,ଶିକ୍ଷୟତ୍ରୀ ସ୍ୱାଗତିକା ମହାନ୍ତି ,ପ୍ରଧାନ ଶିକ୍ଷକ ପର୍ଶୁରାମ ରଥ ,ସଦାଶିବ ପ୍ରଧାନ ,ନିହାରିକା ମହାନ୍ତି ,ସୁଭସ୍ମିତା ସାହୁ ,ଶୁଭ୍ରସ୍ମିନ ଡାଳୁଅ ,ସରୋଜିନୀ ବାରିକ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ