ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଅଧ୍ୟକ୍ଷ ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ,ଉଦ୍ଘାଟକ ଭାବେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଯୋଡାବନ୍ଧ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାର ମହତ୍ତ୍ୱ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଞ୍ଚଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଛାୟାକାନ୍ତ ମହାପାତ୍ର ଏବଂ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା କୁମାରୀ ପଣ୍ଡା ଯୋଗ ଦେଇଥିଲେ I ଏଥିରେ କନିଷ୍ଠ ବର୍ଗରେ ଆୟୁଷ୍ମାନ୍ ଗୌଡ଼, ରୀତିକା ଗୌଡ଼,ଆଦର୍ଶ ସାହୁ ଏବଂ ବରିଷ୍ଠ ବର୍ଗରେ ଦିବ୍ୟାଂଶୁ ଶତପଥି,ସମ୍ବିତ୍ ଶତପଥି ଏବଂ ଅର୍ପିତା ନାୟକଙ୍କୁ ପୁରସ୍କୃତ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ଜେନା ଅତିଥି ସ୍ୱାଗତ କରିଥିବା ବେଳେ ବିଶ୍ୱରଂଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ I