ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୬ ତମ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୬ ତମ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳମଣି ବିଷୋୟୀ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିରରୁ ଆରମ୍ଭ ହୋଇଥିବା ମଶାଲ ଶୋଭାଯାତ୍ରାକୁ ଉଦ୍ଘାଟିତ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରିୟବରପୁର ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ପବିତ୍ର କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବାସନ୍ତୀ ଡାକୁଆ, ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ସଦସ୍ୟ ଗୌରାଙ୍ଗ ରଣା, ବେଲଗୁଣ୍ଠା ପ୍ରେସକ୍ଲବ କୋଷାଧ୍ୟକ୍ଷ ବିଭୂପାଦ ଜେନା,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ,ଗ୍ରାମ୍ୟ କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପ୍ରକାଶ ଚନ୍ଦ୍ର ବିଷୋୟୀ, ପ୍ରଧାନ ଆଚାର୍ଯ୍ଯା ସସ୍ମିତା ମାଝୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଆଜି ଦଶରୁ ଊର୍ଦ୍ଧ୍ଵ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ତିନି ଧାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ତତ୍ତ୍ୱାବଧାନରେ ଗୁରୁଜୀ ପବିତ୍ର ମୋହନ ବିଷୋୟୀ, ଗଣେଶ ସହୁ,ମିଥୁନ୍ ନାୟକ,ବିଶ୍ୱରଞ୍ଜନ ସେଠୀ, ଦେବାଶିଷ ବିଷୋୟୀ,gଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ସନ୍ତୋଷୀ ଗୌଡ,ରାଜ୍ କୁମାରୀ ସେଠୀ,ବୈଷ୍ଣବୀ ଗୌଡ଼, ଝାନସୀ ଭୂୟାଁ,ଲିଜା ନାୟକ, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ବୈଶାଳୀ ବେହେରା,ସନ୍ତୋଷିନୀ ଗୌଡ,ତେଜକୁମାରୀ ବେହେରା,ଆରତୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ