ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡିବ କେବେ ?

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୈାର ପରିଷଦ ହିଞ୍ଜିଳିକାଟୁର ବିକାଶ ରାଜ୍ୟର ଶୀର୍ଷ ସ୍ଥାନ ଅଧିକାର କରିଛି । ସହରର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବାରେ ଲାଗିଛନ୍ତି । ମନ୍ଦିର, କୋଠଘର, ପୋଖରୀ, ଶିଶୁ ଉଦ୍ୟାନ, ବିଦ୍ୟୁତ୍, ପାନୀୟ ଜଳ, ବିଦ୍ୟାଳୟ ସମେତ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବା ବେଳେ ଗମନାଗମନ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆବଶ୍ୟକ ଦୃଷ୍ଟି ଦିଆଯାଇନଥିବା ଜଣାପଡିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୈାର ପରିଷଦ ହିଞ୍ଜିଳିକାଟୁ ସହର ମଧ୍ୟ ଦେଇ ପ୍ରବାହିତ ୫୯ ନମ୍ବର ଜାତୀୟ ରାଜପଥର ଦୂରାବସ୍ଥା କହିଲେ ନସରେ । ନିଜ ଆଖିରେ ନଦେଖିଲ ବିଶ୍ବାସ କରିବା କଷ୍ଟକର ବ୍ୟାପାର । ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ସହର ଦେଇ ଫୁଲବାଣୀ, ରାୟପୁର, ଦାରିଙ୍ଗିବାଡି, ନୟାଗଡ଼, ଦଶପଲ୍ଲା, ସାରଙ୍ଗଗଡ, ପୋଲସରା, ଭଞ୍ଜନଗର, ବୁଗୁଡ଼ା, ଆସିକା, ଶେରଗଡ଼, ପାଟପୁର, କଙ୍କରୋଡା, ସାରଙ୍ଗଗଡ, ସୋରଡା ସମେତ ବହୁ ଦୁରଦୂରାନ୍ତ ଅଞ୍ଚଳକୁ ଦୈନିକ ସହସ୍ରାଧିକ ଯାତ୍ରୀବାହୀ ବସ୍, ମାଲ ପରିବହନକାରୀ ଟିପ୍ପର, ଟ୍ରକ ସମେତ କାର ଓ ଅନ୍ୟାନ୍ୟ ଛୋଟ ବଡ ଗାଡି ଚଳାଚଳ କରୁଛି । ସହରର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ବିଜୁପଟ୍ଟନାୟକ ଛକ ଠାରୁ ଘୋଡାହାଡ ନଦୀ ପର୍ଯ୍ୟନ୍ତ ସଂପୃକ୍ତ ୫୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଛୋଟ ବଡ ୫୦ରୁ ଅଧିକ ଗର୍ତ୍ତ ରହିଛି । ବହୁ ସମୟରେ ଏହା ଯୋଗୁଁ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । କେବଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ ସମୟରେ ସଂପୃକ୍ତ ଗର୍ତ୍ତ ଗୁଡ଼ିକର ସାମାନ୍ୟ ମରାମତି କରାଯାଇଛି । କିଛି ଦିନ ପରେ ସଂପୃକ୍ତ ଗର୍ତ୍ତ ଗୁଡ଼ିକ ପୂର୍ବାବସ୍ଥାକୁ ଫେରି ଆସୁଛି । ସଂପୃକ୍ତ ଜାତୀୟ ରାଜପଥ ଦେଇ ବହୁ ପ୍ରଶାସନିକ ଅଧିକାରୀ ମାନେ ଯାତାୟାତ କରୁଥିବା ବେଳେ ଏଥିପ୍ରତି କିପରି ଧ୍ୟାନ ଦେଉନାହାନ୍ତି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ସହରରେ ଜାତୀୟ ରାଜପଥ ବିଭାଗୀୟ କାର୍ଯ୍ୟାଳୟ ନଥିବା ବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିବା ଭଳି ମନେ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ