ବିଭାଗୀୟ କର୍ମକର୍ତ୍ତାଙ୍କ ଦୁର୍ନୀତି ଓ ନିଷ୍କ୍ରିୟତା ଯୋଗୁ ଜିଲ୍ଲାରେ ଚାଷୀ ହନ୍ତସନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଚଳିତ ବର୍ଷ ଆବଶକ୍ୟ ବର୍ଷାର ଘୋର ଅଭାବ ଯୋଗୁ ଗଜପତି ଜିଲ୍ଲାରେ ମରୁଡି ଦେଖା ଦେଇଛି. ପାରଳା ରାଜବଂଶ ତରଫରୁ ବହୁ ପୁରାତନ କାଳରେ ମରୁଡିର ମୁକାବିଲା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁଦ୍ର ଓ ଉଠା ଜଳ ସେଚନ ପ୍ରକଳ୍ପ କରାଯାଇଥିଲା. ଯାହାକି ବିଭିନ୍ନ ସମୟରେ ଦେଖା ଦେଉଥିବା ମରୁଡିକୁ ମୁକାବିଲା କରି ବର୍ଷା ଅଭାବ ଓ ମରୁଡି ସମୟରେ ଏହି ପ୍ରକଳ୍ପ ଗୁଡିକରୁ ଚାଷ ଜମିକୁ ଜଳ ସେଚନ କରାଯାଇ ମରୁଡି ସମୟରେ ମଧ୍ୟ ସୁବିଧାରେ ଫସଲ ଆଦାୟ କରାଯାଉଥିଲା. କାଳକ୍ରମେ ରାଜରାଜୁଡା ଶାସନ ଗଲା. ପାରଳା ରାଜାଙ୍କ ଦ୍ୱାରା ନିର୍ମିତି କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ସରକାରଙ୍କ ଅଧୀନକୁ ଗଲା. ହେଲେ ବର୍ତ୍ତମାନର ଅଧିକାରୀମାନଙ୍କ ଦୂରୀନୀତିପୂର୍ଣ୍ଣ ମନୋଭାବ, ଖାମଖିଆଲି ନୀତି, କାର୍ଯ୍ୟ କ୍ଷେତ୍ରରେ ନିଷ୍କ୍ରିୟତା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ସେଚ ପ୍ରକଳ୍ପ ଗୁଡିକ ଥାଇ ସୁଦ୍ଧା ଗଜପତିର ଚାଷୀମାନେ ପ୍ରକଳ୍ପ ଦ୍ୱାରା କୌଣସି ସୁବିଧା ପାଇପାରୁନାହାନ୍ତି. ବର୍ତ୍ତମାନ ମରୁଡି ଯୋଗୁ ଗଜପତି ଜିଲାରେ ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ଅଭାବ ଯୋଗୁ ଫାଟି ଆଁ ହୋଇରହିଛି. ଧାନ ଫସଲ ପାଣି ନ ଥିବାରୁ ପୋଡି ରହିଛି. ଚଳିତ ବର୍ଷର ମରୁଡି ପାଇଁ କେବଳ ବିଭାଗୀୟ ଅଧିକାରୀମାନେ ହିଁ ଦାୟୀ. ବିହିତ ତଦନ୍ତ ଦ୍ୱାରା ଏମାନଙ୍କବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି. ଗଜପତି ଜିଲ୍ଲାର ଚାଷୀ ଓ କୃଷକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିଛନ୍ତି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାମ ସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି. ଏହି ପ୍ରକଳ୍ପରେ ପାଣି ଭରି ରହିଛି. ହେଲେ ବିଭାଗୀୟ କର୍ମଚାରୀଙ୍କ ଦୁର୍ନୀତି ଯୋଗୁ କେନାଲ ପୁନଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି. କେନାଲ ଗୁଡିକ ପୋତି ହୋଇଥିବ ଯୋଗୁ ପ୍ରକଳ୍ପରେ ପାଣି ଥିଲେ ସୁଦ୍ଧା କ୍ଷେତକୁ ପାଣି ଆସିପାରୁନାହିଁ. ମରୁଡି ଯୋଗୁ ସମସ୍ତ ଧାନ ଫସଲ ଜମି ଫାଟି ପୋଡି ଯାଉଛି. ଏହି ଗୋଟିଏ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଅବସ୍ଥା ଯେପରି ରହିଛି ଜିଲ୍ଲାର ସମସ୍ତ ପ୍ରକଳ୍ପର ଅବସ୍ଥା ଠିକ ସେହିପରି. ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ବର୍ତମାନ ବର୍ଷା ଅଭାବରୁ ଧାନ ବିଲ ଗୁଡିକ ଶୁଖି ଫାଟିଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଧାନ ଗଛକୁ ପାଣି ଅଭାବ ଯୋଗୁଁ ଧାନଫସଲ ନଷ୍ଟ ହେବାର ଦେଖାଗଲାଣି। ଯାହା କି ସୌରା ଗୁଡା ଗ୍ରାମରେ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚିନ୍ତାରେ ଚାଷୀ ବସିଛନ୍ତି। କାଶୀନଗର ବ୍ଲକ ଅନ୍ତର୍ଗତ ଶୀଙ୍ଗିପୁର ଗ୍ରାମ ନିକଟ ସୌରା ଗୁଡା ଗ୍ରାମରେ ଧାନ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହି ପଞ୍ଚାୟତ ର ସରପଞ୍ଚ ଚାଷୀ ମାନେ ଧାନ ଫସଲ ନଷ୍ଟ ହୋଇଥିବା ନେଇ କେ ଶିତାପୁରୁ ପଞ୍ଚାୟତର ସରପଞ୍ଚ ଶ୍ରୀ ଟେଜେଶ୍ୱର୍ ରାଓ ଙ୍କୁ ଅଭିଯୋଗ ଜଣାଇଥିଲେ। ସରପଞ୍ଚ ଏହି ବିଷୟକୁ ଗୁରୁତ୍ଵ ଦେଇ ଚାଷୀ ମାନଙ୍କ ବିଲ ପରିଦର୍ଶନ କରିଥିଲେ। ଏହି ଅଞ୍ଚଳର ପାଖାପାଖି ୬୦ ରୁ ଉର୍ଦ୍ଧ ଚାଷ ଜମି ବର୍ଷା ଅଭାବ ସାଙ୍ଗକୁ ଜଳ ସେଚନର ସଠିକ୍ ବ୍ୟବସ୍ଥା ନଥିବା ଯୋଗୁଁ ଫସଲ ନଷ୍ଟ ହୋଇ ଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଗୋଟିଏ ପଟ ଚାଷୀ ଧାନ ଫସଲ ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବି ସରକାରଙ୍କ ଠାରେ ସହଯୋଗ ପାଇଁ ଗୁହାରୀ କରିଛନ୍ତି। ଅପରପକ୍ଷରେ ସରକାରଙ୍କ ଉଠା ଜଳସେଚନ ବିଭାଗର ନିଘୋଡ଼ ନିଦରେ ଶୋଇଛନ୍ତି। କିନ୍ତୁ ସରକାର ଙ୍କ ଜୋଯନା ଉଠା ଜଳସେଚନ ବିଭାଗ ହେଉ କିମ୍ବା ମେଘା ଲିଫ୍ଟ ଜୋଯନା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରାଯିବାର ବେଳେ। ବର୍ତମାନ ବର୍ଷା ଅଭାବ ସମୟରେ ସରକାର ଙ୍କ ଏହି ଯୋଜନା ଯଦି କାର୍ଯ୍ୟକ୍ଷମ ହୋଇ ଥିଲେ ଚାଷୀ ଙ୍କ ଚିନ୍ତା ଦୂର ହୋଇଥାନ୍ତା। ଦେଖିବାକୁ ଗଲେ ରାଜ୍ୟ ସରକାର ଙ୍କ ମାଳ ମାଳ ଜୋଯନା ଉଠା ଜଳସେଚନ ବିଭାଗର ପ୍ରଚୁର ପରିମାଣ ଅର୍ଥ ଉଠା ଜଳସେଚନ ବିଭାଗ ପକ୍ଷରୁ ବିନିଯୋଗ ହେଉଛି କିନ୍ତୁ କାଗଜ କଲମରେ ସିମୀତ। ଯଦି ଉଠାଜଳସେଚନ ବିଧି ବ୍ୟବସ୍ଥା ଠିକ୍ ଠାକ୍ କରିଥିଲେ ଆଜି ଧାନ ଫସଲ ଅମଳ କରିବା ପାଇଁ ଚାଷୀ ହତାଶ ହୋଇ ନଥାନ୍ତେ । ବର୍ତମାନ ଉଠା ଜଳସେଚନ ବିଭାଗର କାର୍ଯ୍ୟ ସୈଳୀ ଠିକ୍ ଠାକ୍ ନଥୁବାରୁ ଆଜି ରାସ୍ତା ଉପରେ ମୁଣ୍ଡ ରେ ହାତ ଦେଇ ହତାସିଆ ହୋଇ। ବର୍ଷା ପାଇଁ ଶ୍ବର୍ଗକୁ ଅନେକ ଚାଷୀ ବସିଥିବା ଦେଖିବାକୁ ମିଳିଛି