ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ: କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବି ଏସ ୟେଦ୍ୟୁରପ୍ପାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି । “କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଜୀଙ୍କ ସହିତ କଥା ହୋଇଛି । ବନ୍ୟା ଦ୍ୱାରା ପ୍ରଭାବିତ ଆମ କର୍ଣ୍ଣାଟକର ଭଉଣୀ ଏବଂ ଭାଇମାନଙ୍କ ସହ ଆମେ ଏକଜୁଟ ହୋଇ ଛିଡା ହୋଇଛୁ । ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତାକୁ ସୁନିଶ୍ଚିତ କରିଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


