ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଟିଟ୍ରାପଙ୍ଗା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ଭଗବତ ଯୁବ କଳା ପରିଷଦ ଟିଟ୍ରାପଙ୍ଗାର ମିଳିତ ଆନୁକୂଲ୍ୟରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଏବ ସ୍ବେଛାସେବୀମାନଙ୍କ ମଧ୍ୟରେ ରୀତିମା ବାଘ, କମଳ ଲୋଚନ ଦେହୁରୀ ଓ ଭାଗବତ ଯୁବ କଳା ପରିଷଦର ସଭାପତି ନୀଳକମାଲ କହଁର ସମତେ ଯୁବକ ସଙ୍ଘର ସମସ୍ତ ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ୩୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଚାଲିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ