ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ୩ ଜଣିଆ ରାଜ୍ୟ ନୋଡାଲ ମୁଖ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା ଓ ଖଲ୍ଲିକୋଟ ଏନଏସିର ୧୦୦ ଜଣ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡୁଡା ପିଡି ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ୩ ଜଣ ରାଜ୍ୟ ନୋଡାଲ ମୁଖ୍ୟ ଯୋଗ ଦେଇ ଏହି ସବୁ ଏନଏସିର ଥିବା ମଳ ଉପଚାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଏସଏଚଜି ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରେ କଣ କଲେ ବିକାଶ ମୂଳକ କାର୍ଯ୍ୟ କିପରି ଆଗେଇ ପାରିବ ସେନେଇ ଆଲୋଚନା ମଧ୍ୟ କରିଥିଲେ । ସେଠାରେ ଥିବା ଲ୍ୟାବ ଗୁଡିକ କିପରି କାର୍ଯ୍ୟକ୍ଷମ ହେଉଛି ତାହାର ମଧ୍ୟ ସମୀକ୍ଷା କରିଥିଲେ । ଏନେଇ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଗଞ୍ଜାମ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସମେତ ବହୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବହୁ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ