ବିଭିନ୍ନ ଓ୍ବାର୍ଡରେ ବୁଲିବ ମୋବାଇଲ୍ ଭେଜିଟେବୁଲ୍ ଭ୍ୟାନ୍
ଭୁବନେଶ୍ବର : ଭୁବନେଶ୍ବରର ବିଭିନ୍ନ ଓ୍ବାର୍ଡରେ ମୋବାଇଲ୍ ଭେଜିଟେବୁଲ୍ ଭ୍ୟାନ୍ ବୁଲିବ ବୋଲି ବିଏମ୍ସି ସୂଚନା ଦେଇଛି। ଲୋକେ ଭ୍ୟାନରୁ ସହଜରେ ପରିବା କିଣିବା ନେଇ ବିଏମ୍ସି ତରଫରୁ ଏନେଇ ବିଏମ୍ସି ବ୍ୟବସ୍ଥା କରିଛି। ସେହିପରି ରାଜଧାନୀର ୪୧ଟି ଛୋଟ ଛୋଟ ହାଟ ନିୟମିତ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ୟୁନିଟ୍-୧, ୟୁନିଟ୍-୪ ଓ ସହିଦ୍ ନଗର ହାଟ ଚାଲୁ ପାଇଁ ନିର୍ଦ୍ଦେଶ ଥିଲା। ସମସ୍ତ ହାଟରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି। ଲୋକଙ୍କ ପାକରେ ଖାଦ୍ୟ ପହଞ୍ଚାଇବାକୁ ଏକ ଅନଲାଇନ୍ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇଥିବାର ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଅପରପକ୍ଷରେ ଆଜି ମାଛ ମାର୍କେଟ୍ରେ ସାମାଜିକ ଦୂରତ୍ବର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଲୋକେ ସାମାଜିକ ଦୂରତ୍ବକୁ ଖୋଲାଖାଲି ଊଲ୍ଲଂଘନ କରୁଥିବାର ନଜର ଆସିଥିଲା।


