ବିଭିନ୍ନ କାର୍ଯ୍ୟ ଦକ୍ଷତା ପାଇଁ ସୃଜନୀ ଅନୁଷ୍ଠାନ ତରଫରୁ ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକ ସମ୍ମାନିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ବାସିନ୍ଦା ତଥା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜର ପ୍ରତିଭାବାନ ପୁରାତନ ଛାତ୍ରୀ, ଅଧ୍ୟାପିକା,ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ ଅଗ୍ରଣୀ ସୃଜନୀ ଅନୁଷ୍ଠାନ ତରଫରୁ ବିଭିନ୍ନ କାଯ୍ୟ ଦକ୍ଷତା ଯୋଗୁ ସମ୍ମାନିତ କରାଯାଇଛି. ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ବେଶ ପରିଚିତ ହେବା ସହ ଅଧ୍ୟାପିକ ଭାବେ ବିଦ୍ୟାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଛନ୍ତି. ସେହିପରି ସମାଜସେବିକା ଭାବେ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରି ବେଶ ସୁନାମ ଅର୍ଜନ କରିଥିବା ଯୋଗୁ ତାଙ୍କୁ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି. ଅଗ୍ରଣୀ ସୃଜନୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ବନ୍ଦିତା ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ Women Entrepreneur ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା. ଏଥିରେ ଓଡ଼ିଶା କର୍ପୋରେସନ ଫାଉଣ୍ଡେସନର ଶ୍ରୀମତୀ ଉଶସୀ ରଥ ଏବଂ ଅତିଥ୍ ଭାବେ ଯୋଗ ଦେଇଥିବା ଶିବାନନ୍ଦ ନାୟକ, ଶାନ୍ତିଲତା ସାହୁ, ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ଶିବରାମ ପାତ୍ର, ଜଗଜିବନ ପାତ୍ର ପ୍ରମୁଖଙ୍କ ଦ୍ୱାରା ଅଧ୍ୟାପିକା,ଡ଼. ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ସହ ଅନ୍ୟ କେତେକ ପ୍ରତିଭାବାନ ମହିଳାଙ୍କୁ ମଧ୍ୟ ସଂମ୍ମାନିତ କରାଯାଇଥିଲା.ଏହି ସମାରୋହରେ ଡିମ୍ପଲ୍ ସିଂ ସଂଯୋଜନା କରିଥିବାବେଳେ, ଏମ ଭାରତୀ ପାତ୍ର, ସୁନନ୍ଦା ଚୌଧୁରୀ, ରୀନ ରାଣୀ ଦେବୀ, ଜ୍ୟୋତି ପାତ୍ର, ସଂଯୁକ୍ତା ପଣ୍ଡା, ସୁସ୍ମିତା ଶର୍ମା, ନିରଞ୍ଜନ ପଣ୍ଡା,ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।