ବିଭିନ୍ନ କାର୍ଯ୍ୟ ଶୈଳୀକୁ ନେଇ ପ୍ରଶଂସା ସାଉଁଟୁଛନ୍ତି କୋଦଳା ଆଇଆଇସି

କୋଦଳା,(ଗୁଲସନ କୁମାର କର): ରାଜ୍ୟ ଓଡିଶା ପୋଲିସ ବିଭାଗର ଅଧିକାରୀମାନେ ବିଭିନ୍ନ କ୍ଷେତ୍ରରେ ମହତକାର୍ଯ୍ୟ ପାଇଁ ଜନସାଧାରଣଙ୍କ ଠାରୁ ପ୍ରଂଶସାର ପାତ୍ର ହୋଇଥାଏ l ସେମାନଙ୍କ କାର୍ଯ୍ୟଦକ୍ଷତା, କାର୍ଯ୍ୟସୌଳି ଓ ଉଚିତ ନିର୍ଦ୍ଧେଶ ନିମନ୍ତେ ଅତିଶୀଘ୍ର ଜନତାଙ୍କ ମନ ଜିଣିଥାନ୍ତି l ଏଭଳି ଏକ ପୋଲିସ ଅଧିକାରୀ ଏବେ ଲୋକଙ୍କ ପ୍ରଂଶସା ରୁପି ଉପହାର ପାଇଛନ୍ତି l ଗଞ୍ଜାମ ଜିଲ୍ଲା କୋଦଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦେବାଶିଷ ମହାନ୍ତି l ୨୨.୧୦.୨୦୧୯ରିଖ କୋଦଳା ଥାନାରେ ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେବା ଦିନଠୁ ଏହି ଅଞ୍ଚଳରେ ଘଟି ଚାଲିଥିବା ଅନୈତିକ କାର୍ଯ୍ୟ, ମଦ ମାଫିଆ,ଲୁଟେରା ଓ ବିଭିନ୍ନ ଡକାୟତି କାର୍ଯ୍ୟରେ ଲିପ୍ତ ଥିବା ଯୁବକ ମାନଙ୍କୁ ଗିରଫ କରିବା ଫଳରେ ସମସ୍ତଙ୍କ ମନରେ କୋକୁଆ ଭୟ ମାଡିଯାଇଥିଲା। ମୁଖ୍ୟତଃ ଚୋରା ମଦ ବେପାରୀ ମାନଙ୍କ ଉପରେ ଥାନାଧିକାରୀଙ୍କ ତୁହାକୁ ତୁହା କଡା ଆଭିମୁଖ୍ୟ ଓ ଚେତାବନୀ ଫଳରେ ସେମାନଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି; ଯାହାଫଳରେ ପୁଣି ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ୧୦୦ ଥର ଭାବୁଛନ୍ତି।ଏଥିସହ ଉକ୍ତ ଥାନାର ସମସ୍ତ ପୋଲିସ ଅଧିକାରୀଙ୍କ ସହାୟତାରେ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତି ଉତ୍ତମ ମାନର ନିୟନ୍ତ୍ରଣ ହୋଇପାରିଛି। ଯାହାର ଶ୍ରେୟ ଯାଉଛି ଥାନାଧିକାରୀଙ୍କୁ। ଜନସାଧାରଣଙ୍କ ମତରେ ପୂର୍ବ ଅପେକ୍ଷା ଅନେକ ମଦ ଜବତ କରିବା ସହ ମଦ ପୋଚ ମଧ୍ୟ ନଷ୍ଟ କରାଯାଉଛି। ଏବଂ କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଅପରାଧୀ ମୁକ୍ତ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି l ଏତତ୍ ବ୍ୟତୀତ ଲୋକମାନଙ୍କୁ ସଡ଼କ ସୁରକ୍ଷା, ସାଇବର ଠକେଇ ଓ କରୋନାର ଭୟବହତା ବଢୁଥିବା ସମୟରେ ପଦଯାତ୍ରା କରି ସମସ୍ତଙ୍କୁ ସଚେତନ କରାଇବା ଓ ଘରୁ ନ ବାହାରିବା ଭଳି ପରାମର୍ଶ ଦେବା ଫଳରେ ଜନସାଧାରଣ, ବୁଦ୍ଧିଜୀବୀ ଓ ସ୍ଥାନୀୟ ସାମ୍ବାଦିକମାନଙ୍କ ମହଲରେ କୋଦଳା ଥାନା ଆଇଆଇସି ଶ୍ରୀ ଦେବାଶିଷ ମହାନ୍ତିଙ୍କ ଏପରି କାର୍ଯ୍ୟସୌଳିକୁ ଭୁରି ଭୁରି ପ୍ରଂଶସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ