ବିଭିନ୍ନ କିସମ ଶସ୍ୟ ର କ୍ଷେତ୍ର ଦିବସ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଓଡିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଓଇପିକ୍ରା ପରିକଳ୍ପନା ଏବଂ ଆନ୍ତର୍ଜାତୀୟ କୃଷି ଗବେଷଣା ଅନୁଷ୍ଠାନ (ଇରି) ସହଯୋଗରେ ଗଞ୍ଜାମ ଜିଲ୍ଲା ର ବେଲଗୁଣ୍ଠା ବ୍ଲକ କୃଷି ଅଧିକାରୀ ଙ୍କ କୃଷି ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ କିସମ ଶସ୍ୟ ର କ୍ଷେତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଇରି ଭୁବନେଶ୍ଵର କୃଷି ଅନୁସନ୍ଧାନ ଏବଂ ବିକାଶ ଅଧିକାରୀ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ସ୍ଵାଇଁ ଙ୍କ ପୌରୋହିତ୍ୟ ରେ ଜିଲ୍ଲା କୃଷି ଅଧିକାରୀ ଭଞ୍ଜନଗର ଶଶିଭୂଷଣ ସେନାପତି ମୁଖ୍ୟ ଅତିଥି ଏବଂ ସହାୟକ କୃଷି ଅଧିକାରୀ ବାସୁଦେବ ସାହୁ ଏବଂ ଯୋଗମାୟା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଅତିଥି ଚାଷୀଙ୍କୁ ଉନ୍ନତ ମାନର ଚାଷ ବୈଜ୍ଞାନିକ ପଦ୍ଧତି ଓ ଜୈବିକ ଚାଷ ପ୍ରଣାଳୀ କିପରି କରାଯିବ ସେ ସମ୍ପର୍କରେ ବୁଝାଇବା ସହିତ ଇରି ତରଫରୁ ଯୋଗାଇଥିବା ଉନ୍ନତ କିସମ ବିହନକୁ ଚାଷକରି କିଭଳି ଭଲ ଉତ୍ପାଦନ କରାଯିବ ସେ ସମ୍ପର୍କରେ ସହଯୋଗ କରିବାକୁ କୃଷି ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ସହାୟକ କୃଷି ଅଧିକାରୀ ଚଳିତ ରବି ଋତୁ ରେ ଅମଳ ହୋଇଥିବା ବିଭିନ୍ନ ଶସ୍ୟ ର ଉଚିତ ଦରରେ ବିକ୍ରି ନିମନ୍ତେ ବେଲଗୁଣ୍ଠା ବ୍ଲକ ରେ ମଣ୍ଡି ଖୋଲାଯାଇଛି ଯଦ୍ୱାରା ଚାଷୀ ମାନେ ବଳକା ଶସ୍ୟ କୁ ଉଚିତ ଦରରେ ବିକ୍ରି କରିପାରିବେ । ସହାୟକ କୃଷି ଅଧିକାରୀ ଯୋଗମାୟା ପଟ୍ଟନାୟକ ଜୈବିକ ପଦ୍ଧତି ରେ ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦେବା ସହିତ ଏକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ବୁଝାଇଥିଲେ । କୃଷି ଅନୁସନ୍ଧାନ ଏବଂ ବିକାଶ ଅଧିକାରୀ ଗିରିଜା ପ୍ରସାଦ ସ୍ଵାଇଁ ମଞ୍ଚାସୀନ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ କି ଓଇପିକ୍ରା ପରିକଳ୍ପନା ରେ ଚଳିତ ରବିରୁତୁ ରେ ହୋଇଥିବା ଆମ୍ବପୁଆ ଗ୍ରାମର ଚେଞ୍ଚେଇ ଘାଇ ଓ ଗାଙ୍ଗପୁର ଗ୍ରାମର ବେଢା ଆଗୁଳ ରୁ ପାଣି ମାଡୁଥିବା ଜମିରେ ମାଗଣାରେ ଉନ୍ନତ କିସମ ର ଚିନାବାଦାମ, ମିଠାମକା, ସୋରିଷ, ମୁଗ, ବିରି, ସୂର୍ଯ୍ୟମୁଖୀ, ଧାନ, ରାଶି ପ୍ରଦାନ କରି ଚାଷ କରିବା ସହିତ ଫସଲର ରୋଗ ପୋକ ନିୟନ୍ତ୍ରଣ ସକାଶେ ଔଷଧ ଓ ଜ୍ଞାନ କୌଶଳ ମଧ୍ୟ ଦିଆଯାଇଥିଲା । ଏହାଦ୍ଵାରା ଚାଷୀ ମାନେ ସଫଳ ହେବା ସହିତ ସେମାନଙ୍କର ଅମଳ ଶସ୍ୟ କୁ ଉଚିତ ଦରରେ ବଜାରରେ ବିକ୍ରି କରୁଛନ୍ତି । ଉପସ୍ଥିତ ଚାଷୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵିଗୁଣିତ ଆୟ କିଭଳି ସ୍ୱଳ୍ପ ଅର୍ଥ ବିନିଯୋଗ ରେ ଅଧିକ ଅମଳ ହୋଇପାରିବ ସେ ସମ୍ପର୍କରେ ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକାରୀ ଅନୁଷ୍ଠାନ ‘’ନିର୍ଦ୍ଦେଶ’’ ତରଫରୁ ଗିରିଧାରୀ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବା ସହିତ ଓଇପିକ୍ରା କର୍ମଚାରୀ, ଗ୍ରାମ୍ୟ କୃଷି କର୍ମୀ, ବି.ଟି.ଏମ, ଏ.ଟି.ଏମ, ଆମ୍ବପୁଆ ଏବଂ ଗାଙ୍ଗପୁର ଚାଷୀ, ଇରି କର୍ମଚାରୀ ଶୁଭ୍ରଜିତ ସ୍ଵାଇଁ, ମନୋଜ ଏବଂ ନିର୍ଦ୍ଦେଶ ଅନୁଷ୍ଠାନ ର କର୍ମଚାରୀ ରଘୁନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ