ବିଭିନ୍ନ ଗ୍ରାମକୁ ପରିଦର୍ଶନ କରି ଲୋକଙ୍କୁ ସଚେତନ କଲେ ତହସିଲଦାର ଓ ଥାନା ଅଧିକାରୀ

ଛତ୍ରପୁର, (ଦେବଦତ୍ତ ମହାରଣା) :ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ନେଇ ବେଶ ସଜାଗ ହୋଇ ରହିଛି ଜିଲ୍ଲା ପ୍ରଶାସନ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ତୁହାକୁ ତୁହା ବୈଠକ କରି ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସଜାଗ ରହିବା ସହିତ ଲୋକଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି,ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ ଓ ଛତ୍ରପୁର ଥାନାଧିକାରୀ ସତ୍ୟ ରଂଜନ ପ୍ରଧାନ ଛତ୍ରପୁର ବ୍ଲକର ଗୋବା, ପୋଡା ପଦର, ରଙ୍ଗ ମାଟିଆ ପ୍ରଭୃତି ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଥିବା ବେଳେ ଗଙ୍ଗାପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଗଛ ପଡି ରାସ୍ତା ଅବରୋଧ ହେଉଥିବା ଦେଖିବାକୁ ପାଇ ଥାନାଧିକାରୀଙ୍କ ସହଯୋଗରେ ଗ୍ରାମବାସୀ ଓ ସ୍ଥାନୀୟ ବାସିନ୍ଦା ମାନେ ରାସ୍ତାରୁ ଗଛ କାଟି ସଫା କରିଥିବା ଦେଖିବାକୁ ମିଳିଥିଲା, ଏହା ସହ ଛତ୍ରପୁର ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗୁଡିକ ବୁଲି ସରପଞ୍ଚ, ଲୋକ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି କିଛି ସମସ୍ୟା ହେଲେ ତୁରନ୍ତ ହେଲ୍ପ ଲାଇନ ନମ୍ବର ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ