ବିଭିନ୍ନ ଗ୍ରାମରେ ନାଟକ ମଞ୍ଚସ୍ଥ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଳକ୍ର ବିଭିନ୍ନ ଗ୍ରାମରେ ସାମାଜିକ ଏବଂ ପୌରାଣିକ ନାଟକ ମଞ୍ଚସ୍ଥ ହୋଇଯାଇଛି I ଏହି ଅବସରରେ ବ୍ଳକ୍ ର ବଡ଼ବୋର୍ସିଂ ଗ୍ରାମରେ ଏଇ ଫଗୁଣରେ ବାଜିବ ବାଜା ଶ୍ରୀ ଶ୍ରୀ ବାବା ସ୍ୱପ୍ନେଶ୍ୱର ଗଣନାଟ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ବିଶିଷ୍ଟ ଯାତ୍ରା ନିର୍ଦ୍ଦେଶକ ଶରତଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶନାରେ ସାମାଜିକ ନାଟକ ଏଇ ଫଗୁଣରେ ବାଜିବ ବାଜା ମଞ୍ଚସ୍ଥ ହୋଇଯାଇଛି I ସୋରଡା ବିଧାୟକ ନୀଳମଣି ବିଷୋୟୀ ଉଦ୍ଘାଟକ ରୂପେ ଯୋଗ ଦେଇ ନାଟକକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ସମାଜସେବୀ ବସନ୍ତ କୁମାର ବିଷୋୟୀ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଟି.ବବିତା କୁମାରୀ,ପାଇଲିପଡ଼ା ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର,ସରପଞ୍ଚ ସତ୍ୟବାନ ସ୍ୱାଇ,ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ,ବିନାୟକ ସାହୁ, ପ୍ରହଲ୍ଲାଦ ଲେଙ୍କା, ସଞ୍ଜୟ ପ୍ରଧାନ,ମହନ୍ତ ରାମକୃଷ୍ଣ ଦାସ,ସମିତିସଭ୍ୟ ପୀତବାସ ସାହୁ,ବେଲଗୁଣ୍ଠା ଏନ୍ଏସି ବିଜେପି ମଣ୍ଡଳ ସଭାପତି ଯତୀନ ପାତ୍ର, ପୂର୍ବତନ ସମିତିସଭ୍ୟ ଗୌରହରି ସ୍ୱାଇଁ, ଜିତେନ୍ଦ୍ର ନାୟକ, ବିଘ୍ନରାଜ ସ୍ଵାଇଁ, ସନ୍ତୋଷ ମଲ୍ଲ, ବଡ଼ବୋର୍ସିଂ ନାଚ ଅଧିକାରୀ ଲୋଚନ ଜେନା,ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁ, ଗ୍ରାମ୍ୟ ସଭାପତି ଟୁକୁନା ପ୍ରଧାନ, ଉପସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ I ସେହିପରି ବ୍ଳକ୍ ର ଗାଙ୍ଗପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇ ଦଳ ରାମାୟଣ ନାଟକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା I ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ରାଳବ ଏବଂ ରମେଶ୍ ଚନ୍ଦ୍ର ସ୍ଵାଇଁଙ୍କ ନିର୍ଦ୍ଦେଶନାରେ ପଦରାଇଶୁଣି ଗ୍ରାମର କଳାକାରମାନେ ରାମାୟଣ ନାଟକ ପରିବେଷଣ କରିଥିଲେ I ନାଟକ ଦେଖିବା ପାଇଁ ଉଭୟ ଗ୍ରାମରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଗାଙ୍ଗପୁର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଉଭୟ ଗ୍ରାମରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ I