ବିଭିନ୍ନ ଗ୍ରାମର ନାମଯଜ୍ଞରେ ଯୋଗଦେଲେ ଶ୍ରମ ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ଅଖଣ୍ଡ ନାମଯଜ୍ଞ ରେ ଏପ୍ରିଲ ୨୯ ତାରିଖ ଦିନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଛନ୍ତି। ପୂର୍ବାହ୍ନରେ ପୋଲସରା ବ୍ଲକ୍ ଅନ୍ତର୍ଗତ କରାତଳି ଗ୍ରାମରେ ଅନୁଷ୍ଠିତ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ଗ୍ରାମର ଶ୍ରୀ ଶ୍ରୀ ଗୋପୀନାଥ ସ୍ଵାମୀଙ୍କ ବାର୍ଷିକ ନାମପୂଜା ଉପଲକ୍ଷେ ବିଶ୍ଵଶାନ୍ତି ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେଉଥିଲା। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ୨୪ ପ୍ରହର ନାମଯଜ୍ଞରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଜେଏକ ଗ୍ରାମରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେଉଥିଲା। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନାମଯଜ୍ଞ ରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେହିପରି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ୧୦୮ ପ୍ରହର ଅଖଣ୍ଡ ନାମଯଜ୍ଞ ମହୋତ୍ସବ ଏପ୍ରିଲ ୨୩ ତାରିଖରୁ ଆରମ୍ଭ ହୋଇ ମଇ ୭ ତାରିଖ ଦିନ ସମାପ୍ତ ହେବ। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ନାମଯଜ୍ଞରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ