ବିଭିନ୍ନ ଗ୍ରାମାଞ୍ଚଳରେ ଅବକାରୀ ଚଢଉ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ ଏବଂ ଅବକାରୀ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ଗ୍ରାମାଞ୍ଚଳରେ ଚଢଉ କରାଯାଇଥିବାର ଜଣାପଡିଛି । ଏହି ଚଢଉ ବେଳେ ୧୨୦୦ଲିଟର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୧୬୦ ଲିଟର ଦେଶୀ ରନ୍ଧାମଦକୁ ଜବତ କରିଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହା ସହ ମଦରନ୍ଧା ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଚଢଉ କରାଯାଇଥିବା ଗ୍ରାମାଞ୍ଚଳ ଗୁଡିକ ହେଲା ଯଥା ଲାଞ୍ଜିପଦର, ନାରାୟଣପୁର, ତାଟିପାଟି, ଭୁଷୁକୁଡି, ଗୁରାଣ୍ଡି ଆଦି ଗ୍ରାମାଞ୍ଚଳ ।


