ବିଭିନ୍ନ ଚୋରି ଘଟଣାରେ ଜଡ଼ିତ ୩ ଜଣ ଗିରଫ

ପୋଲସରା,(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ତିନି ଜଣ ପେଶାଦାର ଚୋରକୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡିଛି। ଗିରଫ ୩ ଜଣଙ୍କ ନିକଟରୁ ପୋଲିସ ଗୋଟିଏ ରାୟଲ ଏନଫିଲଡ଼ ବୁଲେଟ, ଗୋଟିଏ ହୋଣ୍ଡା ଲିଭୋ, ଗୋଟିଏ ବଜାଜ୍ ପଲସର ଏହି ୩ ଟି ବାଇକ ସହ ୨୪ ଗ୍ରାମ ସୁନା ଅଳଙ୍କାର ଓ ୬ ବସ୍ତା କାଜୁ ଜବତ କରାଯାଇଥିବା ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଏହି ତିନି ଜଣଙ୍କ ନାମରେ ପାଣ୍ଡିରିପଡା ଓ ଗୋଛାବାଡ଼ି ଅଞ୍ଚଳରୁ ଚୋରି କରିଥିବା ଘଟଣାରେ ୧୩୯/୨୦, ୨୧୭/୨୦ ଓ ୨୪୦/୨୦ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ସିଂହାସିନୀ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ମାଳ ବିରିପୁର ଗ୍ରାମର ଜଗନ୍ନାଥ ଜାନୀ, ନିରାଶ ପଲ୍ଲୀ ଗ୍ରାମର ପ୍ରମୋଦ ଜାନୀ ଓ ନୀଳାଦ୍ରିପୁର ଗ୍ରାମର ଅର୍ଜୁନ ନାୟକ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡିଛି। ତୁରନ୍ତ ଫେରାର ଚତୁର୍ଥ ଚୋରକୁ ଗିରଫ କରାଯିବ ବୋଲି ଆଇଆଇସୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ଏହି ତିନି ଜଣ ଗିରଫ ବ୍ୟକ୍ତିଙ୍କୁ ଜେରା ବେଳେ ଜଣାପଡିଛି ଯେ ସେମାନେ ଜଣେ ନାବାଳିକାଙ୍କୁ ଅପହରଣ କରି ରାଜ୍ୟ ବାହାରେ ବିକ୍ରି କରିଛନ୍ତି। ଏହି ଚୋର ଦଳ ସିଂହାସିନ ଜଙ୍ଗଲ ଅଞ୍ଚଳରେ ଆଡ୍ଡା ଜମାଇ ପାଣ୍ଡିରିପଡା ଓ ଗୋଛାବାଡ଼ି ଅଞ୍ଚଳରେ ଚୋରି କରିବା ସହ ଆତଙ୍କରାଜ ଚଳାଇ ଆସୁଥିବା ଶୁଣାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ