ବିଭିନ୍ନ ଦାବିନେଇ ମୂଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ଠାରେ ବିଭିନ୍ନ ଦାବିନେଇ ମୂଖ୍ୟମନ୍ତ୍ରୀ ବସ ଚାଳକ ମାନେ ଧର୍ମଘଟ ଚଳାଇଛନ୍ତି । ଆଜି ସକାଳ ୭ଟା ରୁ ହାଟଡିହି ବ୍ଲକର ସମସ୍ତ ମୂଖ୍ୟମନ୍ତ୍ରୀ ବସ ଚାଳକ ମାନେ ଏକଜୁଟ ହୋଇ ପିଏଫ, ଏସ.ଆଇ କାଟିବା, ଖାଦ୍ୟ ପେୟ ପାଇଁ ଅଧିକ ୩ହଜାର ଟଙ୍କା ପ୍ରଦାନ, ବିଶ୍ରାମ ଘର ଯୋଗାଇଦେବା ଆଦି ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସଙ୍ଘର ସଦସ୍ୟ ଚାଳକ ଶଶିକାନ୍ତ ବାରିକ, ଶିବନାରାୟଣ ଜେନା, କ୍ଷିରୋଦ ଚନ୍ଦ୍ର ସାହୁ, ମହେନ୍ଦ୍ର କୁମାର ଜେନା, ରଙ୍ଗାଧର ଖଣ୍ଡା, ଚିତ୍ତରଞ୍ଜନ ଜେନା, ମନୋଜ ଜେନା, ସୁରଥ ଚନ୍ଦ୍ର ପତି ପ୍ରମୁଖ ଧର୍ମଘଟରେ ସାମିଲ ହୋଇ ବ୍ଲକ ସମ୍ମୁଖରେ ପ୍ରତିବାଦ କରିଥିଲେ। ଫଳରେ ସମସ୍ତ ମୂଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ ରହିଥିଲା। ଏହିସବୁ ବସ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ଆଲୋଚନା କରିବା ସହିତ ଆଗାମୀ ବୈଠକରେ ବିସ୍ତୃତ ଆଲୋଚନା କରି ଦାବି ପୁରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବାପରେ ଧର୍ମଘଟ ପ୍ରତ୍ୟାହୃତ କରି ବସ ଚଳା ଚଳ କରାଇଥିଲେ।


