ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଆଜି ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀମାନେ ବିଶାଳ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲା କାର୍ଡ ଧର ସ୍ଲୋଗାନ ଦେଇ ବିଇଓ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଠିକା ପ୍ରଥାକୁ ଉଚ୍ଛେଦ କରିଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କୁ ଅଣନ୍ଦେଖା କରିଛନ୍ତି । ତୁରନ୍ତ ସରକାରଙ୍କ ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ସହ ୬ ବର୍ଷ ଚାକିରି କାର୍ଯ୍ୟକାଳ କୁ ଚାକିରୀରେ ସାମିଲ କରି ୬ଇନକ୍ରିମେଣ୍ଟ ଯୋଗାଇ ଦେବା ଆଦି ଦାବି କରି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ବିଇଓଙ୍କୁ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ୨୭ରେ ବିଧାନ ସଭା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସଂଘ ର ସଭାପତି ଜୟମ୍ବର ନାୟକ, ସମ୍ପାଦକ ସୁଧୀର କୁମାର ମହାପାତ୍ର, ମୋହନା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କବିରାଜ ମଳୀକ, ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ଓ କର୍ମୀ ସହଯୋଗ କରିଥିଲେ