ବିଭିନ୍ନ ଦାବି ନେଇ ଇପିଏଫ ପେନସନଭୋଗୀଙ୍କ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଇପିଏଫ ପେନସନଭୋଗୀଙ୍କ ପକ୍ଷରୁ ଆଇଟିଆଇ ଛକ ନିକଟସ୍ଥ ସହକାରୀ ଇପିଏଫ୍ କମିଶନରଙ୍କ ଅଫିସ୍ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରୁ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ପେନ୍ସନଭୋଗୀ ଏଥିରେ ସାମିଲ ହୋଇଥିଲେ । ଡିଆଇସି ଛକରୁ ଏକ ଶୋଭାଯାତ୍ରାରେ ଆସି ସମସ୍ତେ ଇପିଏଫ୍ ସହକାରୀ କମିଶନରଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାଧାରଣ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଆଇଏନ୍ଟିୟୁସିର ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ଏଚ୍ଏମ୍ଏସ୍ ଜିଲା ସଂପାଦକ ଅରୁଣ ସ୍ୱାଇଁ, ଏଆଇୟୁଟିୟୁସି ନେତା ରବୀନ୍ଦ୍ର ବେହେରା,ଏଆଇଟିୟୁସି ରାଜ୍ୟ ନେତା ମାୟାଧର ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ନେତା ଉତମ କୁମାର ଦାସ, ରେଳ କର୍ମଚାରୀ ନେତା ଉମାକାନ୍ତ ଦାସ, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଡଃ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଅବସରପ୍ରାପ୍ତ ପୌର କର୍ମଚାରୀ ନେତା ବଂଶୀଧର ବେହେରା, ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଭରତ ଚନ୍ଦ୍ର ସେଠୀ, ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଯୋଗଦେଇ ଇପିଏଫ ପେନସନଭୋଗୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ମାସିକ ସର୍ବନିମ୍ନ ୯ହଜାର ଟଙ୍କା ପେନସନ୍, ଅଧିକ ବେତନ ଆଧାରରେ ଅଧିକ ପେନସନ୍, ଇପିଏଫ୍ ପେନସନ୍ଭୋଗୀଙ୍କ ପ୍ରତି ମହଙ୍ଗାଭତା ଓ ସରକାରୀ ସ୍ୱାସ୍ଥ୍ୟବୀମା ଯୋଜନା ଲାଗୁ କରିବାକୁ ବକ୍ତାମାନେ ଦାବି କରିଥିଲେ । ଇପିଏଫ୍ ଆସୋସିଏସନ୍ର ବାଲେଶ୍ୱର ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତିଙ୍କ ସମେତ ଆନନ୍ଦ ଚନ୍ଦ୍ର ବେହେରା, ଭଦ୍ରକ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ନାୟକ, ମୟୁରଭଞ୍ଜ ଜିଲ୍ଲା ଉପସଭାପତି ମଧୁସୂଦନ ଜେନା ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦାବିପୂରଣ ନହେଲେ ସମସ୍ତ ଆରଡିସି ଅଫିସ୍, ରାଜଭବନ ସମ୍ମୁଖରେ ଗଣଧାରଣା ଓ ସଂସଦଭବନ ସମ୍ମୁଖରେ ଅହୋରାତ୍ର ଧାରଣା ପାଇଁ କେନ୍ଦ୍ର ଓ ରାଜ୍ୟ କମିଟି ଦେଇଥିବା ଆହ୍ୱାନକୁ ସଫଳ କରିବାପାଇଁ ସେମାନେ ନିବେଦନ କରିଥିଲେ । ସେହିପରି ଆସନ୍ତା ନଭେମ୍ବର ୧୬ ତାରିଖକୁ ଦେଶବ୍ୟାପୀ ପେନସନ୍ଭୋଗୀମାନେ କଳାଦିବସ ଭାବେ ପାଳନ କରିବାକୁ ଯାଉଥିବା ବେେୂ ବାଲେଶ୍ୱରରେ ଏହାକୁ ଅଧିକ ବ୍ୟାପକ କରିବା ଓ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନବେଳେ କେନ୍ଦ୍ର ସରକାର ବିରୋଧରେ ଜନମତ ସୃଷ୍ଟି ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଜିଲ୍ଲା ସଭାପତି ଇଂ. ଅନାଦି ଚରଣ ବେହେରା ଆନ୍ଦୋଳନକାରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ସମସ୍ତ ସଂଗଠନର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ସହକାରୀ ଇପିଏଫ୍ କମିଶନର ଅରୁଣ ଚାଟାର୍ଜୀଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ବିକ୍ଷୋଭ ସମାବେଶ ପରିଚାଳନାରେ ହରିଶଚନ୍ଦ୍ର ସାହୁ, ଜଳଧର ପଣ୍ଡା, ଜଗତାନନ୍ଦ ମହାନ୍ତି, ରତ୍ନାକର ପଣ୍ଡା, ଶ୍ୟାମସୁନ୍ଦର ଜେନା, ପଙ୍କଜ କୁମାର ଜେନା, ନିତ୍ୟାନନ୍ଦ ନଟ, ବିଭୁତି ଭୂଷଣ ଦାସ, ଶରତ ଚନ୍ଦ୍ର ଦଳାଇ, ଭାଗବତ ସାହୁ, ଜାନକୀ କୁମାର ମହାପାତ୍ର, ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡ଼ା, ଅର୍ଜୁନ ଜେନା, ସୁରେଶ ତ୍ରିପାଠୀ ଓ ସୁରେନ୍ଦ୍ର ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।