ବିଭିନ୍ନ ଦାବି ନେଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ ଆଉଟସୋର୍ସିଙ୍ଗ କର୍ମଚାରୀ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଜିଲାର ସମସ୍ତ ହସ୍ପିଟାଲ ରେ ଏଲ ଏଣ୍ଡ କେ ଠିକାସଂସ୍ଥା ମାଧ୍ୟମରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ସମସ୍ତ ଆଉଟସୋର୍ସିଙ୍ଗକର୍ମଚାରୀ ମାନେ ଶୁକ୍ରବାର ଦିନ ୬ଦଫା ଦାବିନେଇ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ଏହି କମ୍ପାନୀ ଆଉଟସୋର୍ସିଙ୍ଗ କର୍ମଚାରୀ ଏବଂ ଶ୍ରମିକ ମାନଙ୍କୁ ଚାକିରିରୁ ବାହାର କରିବା ଏବଂ ମାସିକ ବେତନରୁ ଟଙ୍କା କାଟିବାକୁ ବିରୋଧ କରି ପୂର୍ବରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଫେରାଦ ହୋଇ ନିରାଶ ହୋଇଥିବାବେଳେ ଶୁକ୍ରବାର ଦିନ ସଂଘର କର୍ମକର୍ତ୍ତା ମାନେ ସହ ସହ ସଂଖ୍ୟାରେ କେନ୍ଦୁଝର ସହରର କାଳୀ ପଡିଆ ଠାରୁ ଏକ ଶୋଭାଯାତ୍ରା ରେ ଆସି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣଧାରଣା ରେ ବସିଥିଲେ। ୬ଦଫା ଦାବି ଗୁଡିକ ହେଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥୁବା ଠିକା ଶ୍ରମିକ ମାନଙ୍କ ପାଇଁ ଡେଲି ୱେଜେସ ବୋର୍ଡ ଗଠନ କରାଯାଉ, ଛଟେଇ କର୍ମଚାରୀ ମାନଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଉ, ଅଗ୍ରାଧିକାର ଭିତିରେ ଷ୍ଟାଫ ନର୍ସ ମାନଙ୍କୁ ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି କରାଯାଉ,ସମସ୍ତ ଠିକା କର୍ମଚାରୀ ମାନଙ୍କୁ ଇପିଏଫ ଏବଂ ଇ.ଏସ.ଆଇ ରେ ଅନ୍ତର୍ଭୁକ୍ତ କରାଯାଉ,ଯେଉଁ ସବୁ ମାସରେ ଶ୍ରମିକ ମାନଙ୍କ ଦରମାରୁ ୫୦୦ଟଙ୍କା ଏବଂ ୫୦୦ଟଙ୍କା ରୁ ଉଦ୍ଧ କଟାଯାଇଛି ତାହାକୁ ଶ୍ରମିକମାନଙ୍କ ଆକାଉଣ୍ଟ ରେ ଜମା କରାଯାଉ,ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାସିକ ବେତନ ପ୍ରଦାନ କରାଯିବା। କେନ୍ଦୁଝର ଜିଲା ହସ୍ପିଟାଲ କର୍ମଚାରୀ ସଂଘର ସଭାପତି ଉମାକାନ୍ତ ଦାସ ଓ ସାଧାରଣ ସମ୍ପାଦିକା ରିମା ରାଣୀ ବାରିକଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଧାରଣାରେ ବସିବା ସହିତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ,ସ୍ବାସ୍ଥ୍ୟ ମନ୍ତ୍ରୀ,ସ୍ବାସ୍ଥ୍ୟ ସଚିବ, ନିର୍ଦେଶକ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଶ୍ରମ କମିଶନର,ମାନବାଧିକାର କମିଶନ,ଜିଲା ଶ୍ରମ ଆୟୁକ୍ତ,ଜିଲା ଶ୍ରମ ଅଧିକାରୀ,ଆରକ୍ଷୀ ଅଧ୍ୟକ୍ଷକ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଅଧିକ୍ଷକ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ,ଅଧିକ୍ଷକ ସମସ୍ତ ଉପଖଣ୍ଡ ହସ୍ପିଟାଲ,କମ୍ୟୁନିଟି ହେଲଥ ସେଣ୍ଟର,ଟାଉନ ଥାନା ଅଧିକାରୀଙ୍କୁ ଦେଇଛନ୍ତି।