ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ଟେଣ୍ଟହାଉସ, କ୍ୟାଟର, ଫ୍ଲାୱାର, ଲାଇଟ ଆଣ୍ଡ ସାଉଣ୍ଡ ଆସୋସିଏସନ୍ ପକ୍ଷରୁ ଧାରଣା ଓ ଆନ୍ଦୋଳନ

ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଟେଣ୍ଟ ହାଉସ୍‌, କ୍ୟାଟର, ଫ୍ଲାୱାର, ଲାଇଟ ଆଣ୍ଡ ସାଉଣ୍ଡ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରାଯାଇଛି । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା ବଢାଇବାକୁ ଦାବି ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଗଷ୍ଟ ମାସର ଗାଇଡଲାଇନ ଅନୁଯାୟୀ ଅନେକ କଟକଣା କୋହଳ କରାଯାଇଛି । ମଲ, ସିନେମା ହଲ୍‌, ଦୋକାନ ବଜାର ଆଦି ଖୋଲିଦିଆଯାଇଛି । ଏହା ସହ ବହୁ କଟକଣା କୋହଳ କରିଦିଆଯାଇଛି । କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ଉପରୁ କୋହଳ କରାଯାଇନାହିଁ । ଫଳରେ ଟେଣ୍ଟ, କ୍ୟାଟର, ଫ୍ଲାୱାର, ଲାଇଟ ଆଣ୍ଡ ସାଉଣ୍ଡ ଆଦିରେ କାମ କରୁଥିବା ଲୋକ ମାନେ ନିଜ ଜିବିକା ହରାଇଲେଣି । ଏହି ବ୍ୟବସାୟ ସହିତ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସଂଶ୍ଲିଷ୍ଠ ଓଡଶାର ପ୍ରାୟ ୧୨ ଲକ୍ଷ ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଛି । ସଂପ୍ରତି ସରକାରୀ ନିୟମ ଅନୁସାରେ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଯୋଗ ଦେବାର ନିୟମ ରହିଛି । ଏଣୁ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି କାର୍ଯ୍ୟକ୍ରମରେ ଅନ୍ୟୁନ୍ୟ ୩୦୦ ଜଣଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି । ଗଞ୍ଜାମ ଜିଲ୍ଲା ଟେଣ୍ଟ ଆସୋସିଏନସ୍ ର ସଭାପତି କିରଣ କୁମାର ସୁବୁଦ୍ଧି ନେତୃତ୍ୱ ନେଇଥିବା ବେଳେ ଉପସଭାପତି ଭଗବାନ ପଣ୍ଡା, ବୁନୁ ପଟ୍ଟନାୟକ, ଏ.ରାମା ରାଓ, ଭୀମସେନ ପାଣିଗ୍ରାହୀ, ଶ୍ରିନିବାସ ରାଓ, ଲାଇଟ ଆଣ୍ଡ ସାଉଣ୍ଡର ଉପସଭାପତି ର୍ଧୁବ ପ୍ରଧାନ, ପୁର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ଅଶୋକ କୁମାର ପଣ୍ଡା, ପୁଷ୍ପ ସଂଘର ସଭାପତି ରାଜେନ୍ଦ୍ର କୁମାର ରାଉଳ, ଉପସଭାପତି ରାଜ କୁମାର ପାତ୍ର, କ୍ୟାଟେରିଙ୍ଗ ସଂଗର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, କଲ୍ୟାଣ ମଣ୍ଡପ ସଂଘର ସଭାପତି ଚନ୍ଦନ କୁମାର ମାଝି ଉପସ୍ଥିତ ଥିବା ବେଳେ ଛତ୍ରପୁର ର ଟେଣ୍ଟ ହାଉସ୍ ମାଲିକ ଇ. ରାଜ କୁମାର, ସିମାଂଚଳ ମହାରଣା, ଲାଇଟ ଆଣ୍ଡ ସାଉଣ୍ଡ ଆର୍ . କାନାକା ରାଓ, ଅଶୋକ ବେହେରା ପ୍ରମୁଖ ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ