ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ରିଟେଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅନ୍ୟ ରାଜ୍ୟ ସରକାରଙ୍କ ପରି କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରିବା, କରୋନା ମହାମାରୀ ସମୟରୁ ଆଜି ପର୍ଯ୍ୟନ୍ତ ବକେୟା ସମସ୍ତ ପାରିଶ୍ରମିକ ଏକ କାଳୀନ ପ୍ରଦାନ କରିବା , ପରିବହନ ଠିକାଦାର ମାନଙ୍କ ଦ୍ୱାରା ସାମଗ୍ରୀ ପହଞ୍ଚାଣ ସମୟରେ ହୋଇଥିବା ବ୍ୟାପକ ଅନିୟମିତତା ବନ୍ଦ କରିବା ପାଇଁ ସ୍ଥଗୀତ ରହିଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରି ଧାର୍ଯ୍ୟ ଓଜନ ମାପ ଅନୁସାରେ ସାମଗ୍ରୀ ପହଞ୍ଚାଣ ବ୍ୟବସ୍ଥା କରାଯିବା, କାର୍ଯ୍ୟରତ ଖୁଚୁରା ବିକ୍ରେତା ମାନଙ୍କୁ ଇ- କେୱାଇସି ବାବଦ ପାରିଶ୍ରମିକ ଅର୍ଥ ତୁରନ୍ତ ପ୍ରଦାନ କରାଯିବା ସମେତ ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡ଼ରେସନ ର ଡାକରା ରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ଗଞ୍ଜାମ ଜିଲ୍ଲାର ଶାଖା ର ସଭାପତି ଈଶ୍ୱର ଚନ୍ଦ୍ର ମହାନ୍ତି, ଉପସଭାପତି ଏସ. ତ୍ରିନାଥ ରେଡ୍ଡୀ, ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକ,ସହ -ସମ୍ପାଦକ ମନୋଜ ପାତ୍ର, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର,ବ୍ରହ୍ମପୁର ରିଟେଲର ସଂଘ ର ସଭାପତି ରବୀନ୍ଦ୍ର ସେଠି, ଖିରୋଦ ଚନ୍ଦ୍ର ସାହୁ, ପି. ରାଜେନ୍ଦ୍ର କୁମାର, ମନୋରଞ୍ଜନ ବେହେରା, ରାଜେନ୍ଦ୍ର କୁମାର ପଟ୍ଟନାୟକ, ପ୍ରଭାକର ପ୍ରଧାନ, ଚକ୍ରଧର ପାଣିଗ୍ରାହୀ, ସୁଦୀପ୍ତ ମୋହନ ପଟ୍ଟନାୟକ, ଜୟରାମ ବାରିକ, କାଳୁ ଚରଣ ବେହେରା, ସନ୍ତୋଷ ଗୌଡ଼, କମଳ ଲୋଚନ ଭୁତ, ହରିବାବୁ, ଦଣ୍ଡପାଣି ନାହାକ ଙ୍କୁ ବହୁ ରିଟେଲର ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ l ପ୍ରାରମ୍ଭ ରେ ନୂତନ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ର ରେ ରିଟେଲର ମାନେ ବାହାରି ଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ