ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ମିଟର ରିଡର ସଂଘର କର୍ମଚାରୀ

ଛତ୍ରପୁର (ଦେବଦତ୍ତ ମହାରଣା) : ଟିପିଏସଓଡିଏଲ ଏଜେନ୍ସି ର ବୈମାତୃକ ମନୋଭାବ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛନ୍ତି ମିଟର ରିଡିଙ୍ଗ କର୍ମଚାରୀ ମାନେ । ପୂର୍ବରୁ ମିଟର ରିଡିଙ୍ଗ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଠାରୁ ଆବଶ୍ୟକୀୟ ସରଞ୍ଜାମ ଗୁଡିକ ଏଜେନ୍ସି ମାନେ ନେଇଯାଇଥିଲେ । ବର୍ତ୍ତମାନ ଟାଟା ଏହାକୁ ନେବା ପରେ ନୂତନ ଭାବେ ଏମ୍ପାୟର ଏଣ୍ଟର ପ୍ରାଇଜର୍ସ ଏଜେନ୍ସିକୁ ଏହା ପ୍ରଦାନ କରିବା ପରେ ସେମାନଙ୍କୁ ଆବଶ୍ୟକୀୟ ସରଞ୍ଜାମ ବାବଦକୁ ୨୦ ହଜାର ଟଙ୍କା ଓ ବିଲ୍ ଆଦାୟ ବାବଦକୁ (ଅଗ୍ରୀମ) ୩୦ ହଜାର ଟଙ୍କା ମାଗିଥିଲେ । ଏହି ଟଙ୍କା ସେମାନେ ଦେବାରେ ଅସମର୍ଥ ହେବାରୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରି ନୂତନ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅନ୍ୟ କୌଣସି ଜିଲ୍ଲାରେ କୌଣସି ଏଜେନ୍ସି ଏତେ ଟଙ୍କା ମାଗୁ ନ ଥିବା ବେଳେ ଏମ୍ପାୟର ଏଜେନ୍ସି ର ଏଭଳି ବୈମାତୃକ ମନୋଭାବ କୁ ବିରୋଧ କରି ମିଟର ରିଡିଙ୍ଗ କର୍ମଚାରୀ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡିର ପ୍ରାୟ ୧୨୧ ଜଣ କର୍ମଚାରୀ ମାନେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନେ ବହୁ ବର୍ଷଧରି ଏହି ମିଟର ରିଡିଙ୍ଗ କାର୍ଯ୍ୟ କରିଆସୁଛନ୍ତି । ଏଣୁ ପୁରୁଣା କର୍ମଚାରୀ ମାନଙ୍କୁ ମିଟର ରିଡିଙ୍ଗ କାର୍ଯ୍ୟରେ ପୁଣି ଥରେ ନିଯୁକ୍ତି ଦେବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଶ୍ରୀନିବାସ ପାଢୀ, ଏସ୍ ବାବୁ ରାଓ, ମହେଶ୍ୱର ମାଳି, ବିଜୟ କୁମାର ଦାସ, ବିଘ୍ନରାକ ପାଣିଗ୍ରାହୀଙ୍କ ସମେତ ବହୁ ମିଟର ରିଡିଙ୍ଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ