ବିଭିନ୍ନ ଦାବି ନେଇ ସାନଖେମୁଣ୍ଡି ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ରାଲି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡ଼ି କର୍ମୀଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଆସିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସାମାଜିକ ନିରାପତ୍ତା ସହ କରୁଥିବା କାମ ଅନୁସାରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନରେ ଅବହେଳା କରି ଆସୁଛନ୍ତି । ଗ୍ରାମାଞ୍ଚଳର ତୃଣମୂଳ ସ୍ତରର ସମସ୍ତ ସରକାରୀ କାର୍ଯ୍ୟ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ହାସଲ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ସେବା ଆଳରେ ପରିତୋଷିକ ବ୍ୟବସ୍ଥା କରାଯାଇଛି । ଏଥିନେଇ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହରତାଳ ମାଧ୍ୟମରେ ସରକାରଙ୍କ ଠାରେ ଦାବି କରୁଥିଲେ ମଧ୍ୟ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ କୌଣସି ଦାବି ପୂରଣ ହେଉନଥିବାରୁ ଏହି ପରିପ୍ରେକ୍ଷୀରେ ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିସ ୱାର୍କର ଏସୋଷିଏସନ୍ ଅଙ୍ଗନୱାଡ଼ି କର୍ମୀ ସମୂହ କାର୍ଯ୍ୟ ବନ୍ଦ ଡାକରା ଦେଇ ଭୁବନେଶ୍ୱରରେ ଅହୋରାତ୍ର ଧାରଣାରେ ବସି ସରକାରଙ୍କ ଠାରେ ଦାବି ଉପସ୍ଥାପନ କରୁଥିବା ବେଳେ ରାଜ୍ୟ ସଂଗଠନର ଆଦେଶ କ୍ରମରେ ବ୍ଲକ ସ୍ତରରେ କର୍ମୀଙ୍କ ଦ୍ଵାରା ଆନ୍ଦୋଳନ ବିକ୍ଷୋଭ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣକୁ ଜାରି ରଖିଛି । ସାନଖେମୁଣ୍ଡି ବ୍ଲକ ଅଧିନ ଅଲ୍ ଓଡିଶା ଲେଡିସ ୱାର୍କରସ ଏସୋସିଏସନ୍ ଅଧିନ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସମୂହ ଆଜି ପାଟପୁର ଗାନ୍ଧୀ ଛକ ଠାରେ ମିଳିତ ହୋଇ ଏକ ବିଶାଳ ପଦଯାତ୍ରା ରାଲିରେ ଶିଶୁ ବିକାଶ ପ୍ରକଳ୍ପ କେନ୍ଦ୍ର ସିଡିପିଓ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମାନ କାମକୁ ସମାନ ଦରମା , ପରିତୋଷିକ ବଦଳରେ ଦରମା , ନିୟୋଜିତ ବଦଳରେ ନିଯୁକ୍ତି ଓ ପଦନ୍ନୋତି ସହ ସରକାରୀ ମାନ୍ୟତା ଦାବିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚି ସଂଗଠନର ଦାବି ସମୂହକୁ ଅଧିକାରୀଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ