ବିଭିନ୍ନ ଦାବୀ ନେଇ ଟାଟା ଷ୍ଟିଲ ପ୍ରକଳ୍ପ ପ୍ରଭାବିତ ଚାଷୀ ମଂଚ ପକ୍ଷରୁ ଏଡିଏମଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଟାଟା ଷ୍ଟିଲ ପାଇଁ ଅଧିଗୃହିତ ସମସ୍ତ ଜମିରେ ଶିଳ୍ପ ପ୍ରତିଷ୍ଠା କରାଯାଇ ସମସ୍ତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା , ୧୯୯୬ ବ୍ୟାଚ୍ ର ଆଇଟିଆଇ ଟ୍ରେନିଙ୍ଗ ନେଇଥିବା ସମସ୍ତଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି , ପ୍ରଭାବିତ ଛଟେଇ ଶ୍ରମିକ ମାନଙ୍କୁ ପ୍ରକଳ୍ପ କାର୍ଯ୍ୟରେ ତୁରନ୍ତ ପୁନଃ ନିଯୁକ୍ତି,ବିସ୍ତାପିତଙ୍କୁ ପ୍ରକଳ୍ପ ରେ ନିଯୁକ୍ତିର ପରବର୍ତ୍ତୀ ଅବସ୍ଥାରେ ପ୍ରଭାବିତ ମାନଙ୍କୁ (ପିଏପି) ପ୍ରକଳ୍ପର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା , ଲୁହାଝର ଓ ଶୀତଳାପଲ୍ଲୀ ମୌଜାର ପ୍ରକଳ୍ପ ପାଇଁ ଅଧିଗୃହିତ ସମସ୍ତ ଚାଷ ଜମିର ଅତିରିକ୍ତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ସମେତ ୭ ଦଫା ଦାବୀ ନେଇ ଆଜି ଗୋପାଳପୁର ଟାଟା ଷ୍ଟିଲ ପ୍ରକଳ୍ପ ପ୍ରଭାବିତ ଚାଷୀ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଙ୍କୁ ଭେଟି ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଟାଟା ଷ୍ଟିଲ ପ୍ରକଳ୍ପ ପ୍ରଭାବିତ ଚାଷୀ ମଂଚ ର ସଭାପତି ସି.ଏଚ୍.ସୁଧାକର,ସଂପାଦକ ବି.ଡମ୍ବୁରୁ ରେଡ୍ଡି, କୋଷାଧ୍ୟକ୍ଷ ସି.ଏଚ୍.ରଘୁନାଥ ରେଡ୍ଡି, କେ.ପ୍ରକାଶ ରାଓ ଆଚାରୀ,କେ.ତୁମ୍ବନାଥ ରେଡ୍ଡି,ପି.ଲମ୍ବୋଦର ରେଡ୍ଡି,ଏଲ୍ କେଶବ ପାତ୍ର,ପି.ଗୁରୁମୁର୍ତ୍ତି ରେଡ୍ଡି,ପି.ଯଦୁମଣି ରେଡ୍ଡି,ଏମ୍ ପର୍ଶୁରାମ ରେଡ୍ଡି,ବିଦେଶୀ ସେଠୀ, ଭାନୁ ପ୍ରତାପ ପଣ୍ଡାଙ୍କ ସମେତ ମଂଚ ର ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ ।


