ବିଭିନ୍ନ ଧନମଣ୍ଡି ପରିଦର୍ଶନ କଲେ ବିଜେପି ନେତା

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓରାଳି, ଶାଳନିଆଁ, ଡଅଁର, ସମଣା, ଆମ୍ବୋ ଓ ବଡ଼ରଂପାସ ପ୍ରଭୃତି ଧନମଣ୍ଡି କୁ ପରିଦର୍ଶନ କରିଛନ୍ତି ବିଜେପି ନେତା। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଓ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଆଲୋକ କୁମାର ସେଠୀ ଏହିସବୁ ମଣ୍ଡି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଧାନମଣ୍ଡୀ ପରିଦର୍ଶନ ସମୟରେ ଧାନର ୩୧୦୦ ମୂଲ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଉପସ୍ଥିତ ଚାଷୀ ମାନେ କୃତଜ୍ଞତା ଜଣାଇଥିଲେ। ଧାନମଣ୍ଡି ପରିଦର୍ଶନ ସମୟ ରେ ମିଲର ମାନେ ଧାନ ପରିବହନ ପାଇଁ ଆବଶ୍ୟକ ଗାଡ଼ି ଦେଉନଥିବାରୁ ଧାନ ସଂଗ୍ରହ କାରବାରରେ ବ୍ୟାଘାତ ସୃଷ୍ଟି ହେଇ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଡଅଁର ଧାନ ମଣ୍ଡିରେ କୁଇଣ୍ଟାଲ ପ୍ରତି ୮ କିଲୋ କଟନି ଛଟନି କରୁଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ବଡ଼ରଂପାସ ଧାନମଣ୍ଡିରେ ପ୍ରତେକ ଚାଷୀ ଠାରୁ ଧାନ କୁଇଣ୍ଟାଲ ପ୍ରତି ଏକଶହ ଟଙ୍କା ଆଦାୟ କରା ଯାଉଥିବା ଚାଷୀ ମାନେ ବିଜେପି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ଏହି ଅବ୍ୟବସ୍ଥା ବିଷୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି ଧାନମଣ୍ଡି ପରିଦର୍ଶନ ସମୟ ରେ ମଣ୍ଡଳ ସଭାପତି ଶ୍ରୀ ହରେକୃଷ୍ଣ ସ୍ୱାଇଁ, ଜଗନ୍ନାଥ ବାରିକ, ଦୀପକ କୁମାର ଜେନା, ଚନ୍ଦ୍ରମଣି ସେଠୀ, ତପନ କୁମାର ପାତ୍ର,ବିଜେପି ର ବରିଷ୍ଠ ନେତା ଶ୍ରୀ ଟୁକୁନା ମହାନ୍ତ, ଶଶିକାନ୍ତ ରାଉତ, ବିଚିତ୍ର କୁମାର ଜେନା, ରମାକାନ୍ତ ନାୟକ, ଅଧର ବେହେରା, ନୃସିଂହ ପାଢୀ, ମଧୂସୁଦନ ସ୍ୱାଇଁ, ଦେବାଶିଷ ସେନାପତି, ଗୋପାଳକୃଷ୍ଣ ସେନାପତି, ଶଙ୍କର୍ଷଣ ଜେନା, ଅନନ୍ତ ବେହେରା, ମଣିନାଥ ଜେନା, ଦେବାଶିଷ ବେହେରା, ଅନାଦୀ କବି, ଆଲୋକ କୁମାର ଦାସ, ଅଭିନାଶ ସେଠୀ, ଜଗନ୍ନାଥ ସାହୁ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ