ବିଭିନ୍ନ ପଞ୍ଚାୟତରେ ପାଞ୍ଚ ବର୍ଷ ପାଇଁ ଶପଥ ନେଲେ ସରପଞ୍ଚ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ସରକାରଙ୍କ ଜନହିତକାରୀ ଯୋଜନାକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବା ପାଇଁ ପ୍ରଚଳିତ ପଞ୍ଚାୟତ ବ୍ୟବସ୍ଥାରେ ସରପଞ୍ଚଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏଥିପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ଗଣତାନ୍ତ୍ରିକ ପଦ୍ଧତିରେ ଲୋକମାନେ ଭୋଟ ଦେଇ ସରପଞ୍ଚ ବାଛିଥାଆନ୍ତି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ନବନିର୍ବାଚିତ ସରପଞ୍ଚ ମାନେ ପାଞ୍ଚ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଦର ଦକ୍ଷିଣବାଡ଼ କାର୍ଯ୍ୟାଳୟ ଠାରେ ସରପଞ୍ଚ ଭାବେ କୁମାରୀ ବର୍ଷାରାଣୀ ଜେନା ଆଜି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଥିରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଅଶୋକ ବାରିକ, ସଂଗ୍ରାମ ସାହୁ, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଷ୍ଣୁପୁର ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଅମୂଲ୍ୟ ନାୟକ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତା ବିଜୟ ଖିଲାର, ଅଜିତ ଦାସ, ବଦ୍ରିନାରାୟଣ ପଣ୍ଡା, ସୌମ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜଳମଣ୍ଡୁଆ ପଞ୍ଚାୟତ ଠାରେ ଆଜି ସରପଞ୍ଚ ଭାବେ ବାସନ୍ତୀଲତା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ନେରଡ଼ା ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଦେବଦାସୀ ଜେନା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଁଚି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ବରିଷ୍ଠ ବିଜେଡି ନେତା ଶରତ ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ସଭ୍ୟ ବଦ୍ରିନାରାୟଣ ରାଉତ, ବସନ୍ତ ବେହେରା,ବନମାଳୀ ପୃଷ୍ଟି, ସୁବ୍ରତ ବେହେରା, ଦିଲ୍ଲୀପ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ବାଲିପୋଖରୀ ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଅକ୍ଷୟ କୁମାର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଥିରେ ସମାଜସେବୀ ଶଶିକାନ୍ତ ଜେନା, ନାରାୟଣ ଘଡେଇ, ଅଲେଖ ଘଡେଇ, ନାରାୟଣ ବେହେରା, ନାରିନେତ୍ରୀ ତପସ୍ୱିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବୟାବନାପୁର ପଂଚାୟତ ଠାରେ ସରପଞ୍ଚ ଭାବେ ମିନତୀ ସାହୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସରସଦା ପଞ୍ଚାୟତ ଠାରେ ନବନିର୍ବାଚିତ ସରପଞ୍ଚ ରମେଶ ଚନ୍ଦ୍ର ଜେନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମରେ ପିତାମ୍ବର ଦିଅ, ଦିଲ୍ଲୀପ ସାମଲ, ଗୁଣାକାର ବେହେରା, ପ୍ରଶାନ୍ତ ଭଞ୍ଜ, ପ୍ରୀତଶ ରଞ୍ଜନ ନାୟକ ଉପସ୍ଥିତ ଥିଲେ। ରହଣିଆ ଠାରେ ସରପଞ୍ଚ ଭାବେ ରଞ୍ଜନ ବେହେରା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ମାଳଦା ଠାରେ ସରପଞ୍ଚ ଭାବେ ମିନତୀ ପରିଡା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି,ପ୍ରତ୍ୟୁଷ ସାମଲ ଉପସ୍ଥିତ ଥିଲେ। ରଣଜିତ ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଶ୍ରୀମତୀ ସୁଜାତା ସାହୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଥିରେ ବିଜେଡି ଯୁବ ନେତା ସୁଶାନ୍ତ ମଲ୍ଲିକ, ସୁଦର୍ଶନ ରାଉତ, ପ୍ରତାପ ମହାନ୍ତି, ଅରୁଣ ରାଉତ, ତୁଷାରକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ରାମଚନ୍ଦ୍ରପୁର ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଶ୍ରୀମତୀ ରେଣୁବାଳା ରାଉତ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏଥିରେ ଜୟନ୍ତ ସାହୁ, ବସନ୍ତ ସାହୁ, ପୂର୍ବତନ ସରପଞ୍ଚ ବିଜୟ ସ୍ୱାଇଁ ଉପସ୍ଥିତ ଥିଲେ। ଅନୁରୂପ ଭାବେ ତେସିଙ୍ଗା ପଞ୍ଚାୟତ ଠାରେ ସରପଞ୍ଚ ଭାବେ ଧନେଶ୍ୱର ଖୁଣ୍ଟିଆ ଦାୟିତ୍ୱ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମରେ ବିଜେଡି ପଂଚାୟତ ସଭାପତି ଦୟାନିଧି ପଣ୍ଡା, ନାରାୟଣ ଚନ୍ଦ୍ର ଦାସ, ସମାଜସେବୀ ରାଜେନ୍ଦ୍ର ଖଣ୍ଡାଇ, ଦୁର୍ଯ୍ୟୋଧନ ପାତ୍ର ଉପସ୍ଥିତ ଥିଲେ। ଝୁଟୁଣା ପଞ୍ଚାୟତ ଠାରେ ସରପଞ୍ଚ ଭାବେ ବାସନ୍ତୀ ଜେନା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମିତିସଭ୍ୟ ଦିପୁରଞ୍ଜନ ରାଉତ, ବିଶ୍ୱଜିତ ମହାପାତ୍ର, ରମେଶ ରାଉତ, ମାନସ ପରିଡା ଉପସ୍ଥିତ ଥିଲେ। ବନ୍ଦାଳୋ-ମଢ଼ିଆଳି ଠାରେ ସରପଞ୍ଚ ଭାବେ ବିଶ୍ୱନାଥ ସାହୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ରାଜେନ୍ଦ୍ରପୁର ପଂଚାୟତ ଠାରେ ସରପଞ୍ଚ ଭାବେ ପୁର୍ଣ୍ଣଚନ୍ଦ୍ର ମାଝୀ ପାଞ୍ଚ ବର୍ଷ ପାଇଁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନନ୍ତ ଚରଣ ଜେନା, ନୃସିଂହ ସାହୁ, ଧ୍ରୁବଚରଣ ବାରିକ,ବେଣୁଧର ରାଉତ, ପ୍ରସନ୍ନ ସାହୁ, ବିନୋଦ ବିହାରୀ ରାଉତ, ଚିତ୍ତରଞ୍ଜନ ପତି, ସଂଜୀବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଷୋଳମପୁର ଠାରେ ପାରମାନନ୍ଦ ନାୟକ ଓ କୁରିଗାଁ ଠାରେ ସାଧନାଞ୍ଜଳି ମହାପାତ୍ର ଆଜି ସରପଞ୍ଚ ଭାବେ ଦାୟିତ୍ୱ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ