ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ପ୍ରଚାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ବିଭିନ୍ନ ଅଂଚଳରେ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ପ୍ରଚାରରେ ଲାଗି ପଡିଛନ୍ତି ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ଭୋଟ ପାଇଁ ଏ ସାହିରୁ ସେ ସାହି ବୁଲୁଥିବା ବେଳେ ଫେବୃଆରୀ ୧୮ତାରିଖ ଦିନ ଭୋଟର ମାନେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ଏହି ପରିପ୍ରେକ୍ଷୀରେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ବୟାବନାପୁର ପଂଚାୟତ ଅଂଚଳରେ ଲଗାତର ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ସ୍ମିତାରେଖା ରାଉତ, ସମିତି ସଭ୍ୟ ଭାବେ ବିଧାୟକଙ୍କ ପୁତ୍ର ପ୍ରଣୀତକାନ୍ତି ସାମଲ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦୁଇ ପ୍ରାର୍ଥୀ ଓ ୱାର୍ଡ ମେମ୍ବର ମାନେ ସାହିକୁ ସାହି ବୁଲି ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନାକୁ ପାଥେୟ କରି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ୨୩ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ମଧ୍ୟ ପ୍ରଚାରରେ ସାମିଲ ହେଉଛନ୍ତି । ନେରଡ଼ା ପଂଚାୟତ ପାଇଁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଦେବଦାସୀ ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ରାଜେଶ କୁମାର ଜେନା ସାହିକୁ ସାହି ବୁଲି ଭୋଟ ପାଇଁ ନିବେଦନ କରୁଛନ୍ତି । ନଗୁଆଁ ପଞ୍ଚାୟତର ବିଭିନ୍ନ ଅଂଚଳରେ ସରପଞ୍ଚ ପ୍ରାର୍ଥୀ ମାନସୀ ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀ ନିଳାମ୍ବର ସାହୁ, ରାଜେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ମାଝୀ, ୨୨ନଂ ଜୋନ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ବଦ୍ରିନାରାୟଣ ରାଉତଙ୍କ ସମେତ ନିର୍ଗୁଣ୍ଡିରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବାବାଜୀ ଚରଣ ଜେନା, ସମିତି ସଭ୍ୟ ପ୍ରାର୍ଥୀ ଭାବେ ରଘୁନାଥ ଦ୍ୱିବେଦୀ, ଜଳମଣ୍ଡୁଆ ପଂଚାୟତ ଅଂଚଳରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ବାସନ୍ତୀଲତା ଦାସ ଓ ସମିତିସଭ୍ୟ ପ୍ରାର୍ଥୀ ଭାବେ ବଳରାମ ରାଉତ, ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସୁରେଶ ସାମଲ ପ୍ରମୁଖ ଭୋଟର ମାନଙ୍କ ନିକଟରେ ପହଂଚି ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ସେହିଭଳି ପାଟୁଳି ପଂଚାୟତ ଅଂଚଳରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଅନିତା ରାଉତ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ